ଓଡିଶା

odisha

ETV Bharat / city

ରାଜଧାନୀରେ ଗର୍ଜିଲା ସିପିଆଇଏମ

ରାଜଧାନୀରେ ସିପିଆଇଏମର ପ୍ରତିବାଦ । ଜନସାଧାରଣଙ୍କୁ 6 ମାସ ପର୍ଯ୍ୟନ୍ତ ଚାଉଳ,ଗହମ ସହିତ ମାସିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି। ଅଧିକ ପଢନ୍ତୁ....

cpim protest in bhubaneswar
ରାଜଧାନୀରେ ସିପିଆଇଏମର ପ୍ରତିବାଦ

By

Published : Sep 19, 2020, 8:31 AM IST

Updated : Sep 19, 2020, 9:19 AM IST

ଭୁବନେଶ୍ବର: ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି କୋରୋନା ମହାମାରୀ । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ହେଲେ ସାଧାରଣ ଲୋକଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଲୋକଙ୍କୁ ଆର୍ଥିକ ସହାୟତା ସହ ସହଯୋଗ ଯୋଗାଇ ଦେବାକୁ ଦାବି କରିଛି ସିପିଆଇଏମ ।

ରାଜଧାନୀରେ ସିପିଆଇଏମର ପ୍ରତିବାଦ

ସିପିଆଇଏମ ଭୁବନେଶ୍ବରରେ ପ୍ରତିବାଦ କରିବା ସହ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। ଆସନ୍ତା 6 ମାସ ପର୍ଯ୍ୟନ୍ତ ସବୁ ପରିବାରକୁ ମାସିକ 10 କେଜି ଲେଖାଏଁ ଚାଉଳ କି ଗହମ ମାଗଣାରେ ପ୍ରଦାନ କରିବା। ସେହିପରି କାମଧନ୍ଦା ହରାଇ ଥିବା ଲୋକମାନଙ୍କୁ ବର୍ଷକୁ 200 ଶହ ଦିନ କାମ ଧନ୍ଦା ଯୋଗାଇ ଦେବା ସହ ମାସିକ 7500 ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଦାବି କରିଛି। ଯାହା ଫଳରେ ଲୋକଙ୍କ ସ୍ଥିତିରେ ସୁଧାର ଆସିବା ସହ ଆର୍ଥିକ ଦୁରାବସ୍ଥାରେ ପରିବର୍ତ୍ତନ ଆସିବ ବୋଲି ସିପିଆଇଏମ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Sep 19, 2020, 9:19 AM IST

ABOUT THE AUTHOR

...view details