ଭୁବନେଶ୍ବର: କୋଭିଡ ସଂକ୍ରମଣ ମାନସିକ ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । କୋରୋନା ସଂକ୍ରମଣକୁ ନେଇ ମାନସିକ ରୋଗୀମାନେ ଅନେକ ସମୟରେ ବିପଦରେ ପଡ଼ିଥାନ୍ତି। ଅନେକ ସମୟରେ ଭୟ ନିଦ୍ରାହୀନତା ପରି ଗୁରୁତର ରୋଗରେ ପଡିଥାନ୍ତି । କୋରୋନା ସମୟରେ କୋଭିଡ ପଜିଟିଭଙ୍କୁ ନେଇ ମାନସିକ ରୋଗ ବିଶେଷଜ୍ଞ ସାରଦା ପ୍ରସନ୍ନ ସ୍ବାଇଁ ସୂଚନା ଦେଇଛନ୍ତି ।
ଯେଉଁ ବ୍ୟକ୍ତି ଏକା ରହିଥାଏ, ସେ ନିଦ୍ରାହୀନତା, ଛାନିଆ, ଫୋବିଆ ଡିପ୍ରେସନ, ପୂର୍ବରୁ ମାନସିକ ରୋଗରେ ଆକ୍ରାନ୍ତ ହୋଇପାରେ। ତେଣୁ ସେମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ବୟସ୍କ ବ୍ୟକ୍ତିମାନେ ଅଧିକ ରିସ୍କରେ ଥାଆନ୍ତି । ମାନସିକ ରୋଗୀଙ୍କର ମନୋବଳ ବଢ଼ାଇବା ପାଇଁ ସବୁବେଳେ ଉପଦେଶ ଦେବା ସହ ନିଦ୍ରାହୀନତା ହେବାର ଅଧିକ ଚାନ୍ସ ରହିଥାଏ । ଡାକ୍ତରଙ୍କୁ ପରାମର୍ଶ କରି ରୋଗର ପରିବର୍ତନ କରିବା ଆବଶ୍ୟକ। ଯୋଗ ପ୍ରାଣାୟମ ସହ ବହି ପଡିବା ଓ ରୁମରେ ବୁଲାବୁଲି କରିବା ଉଚିତ। ଘରେ ଭିତରେ ଯେଉଁ କାମ କରିବାକୁ ଇଛା ହେଉଛି, ସେହି କାମ କରିବା ଉଚିତ। ସୁଷମ ଖାଦ୍ୟ ପେୟ । ଯଦି ଗୋଟିଏ କାମ କରୁଛି ସେ ସବୁ ବନ୍ଦ କରିବା ଆବଶ୍ୟକ। ଯାହା ଦ୍ବାରା ରୋଗ କମିଯାଇଥାଏ। ଯଦି କୋରୋନା ରୋଗୀ ପୂର୍ବରୁ ମାନସିକ ରୋଗ ଚିକିତ୍ସାରେ ଅଛନ୍ତି। ତେବେ ସେମାନେ ହୋମ ଆଇସୋଲେସନରେ ରହିପାରିବେ । ପରିବାରଙ୍କୁ ସାଧାରଣ ଭାବରେ ପରାମର୍ଶ ଦେବା ଆବଶ୍ୟକ ଯେ ଯଦି ଲକ୍ଷଣ ବଢିଯାଉଛି, ତେବେ ହସ୍ପିଟାଲରେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। କୋଭିଡ ସମୟରେ ଏହା ଏକ ସାମାଜିକ ସମସ୍ୟା। ରୋଗକୁ ଘୃଣା କର ରୋଗୀକୁ ନୁହେଁ। କୌଣସି ପଜିଟିଭ ରୋଗୀ ହେଉ ଅବା ପରିବାରଙ୍କୁ ଘୃଣା ମନୋବୃତ୍ତିରେ ଦେଖନ୍ତୁ ନାହିଁ।