ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବ୍ୟାକଫୁଟରେ ରାଜ୍ୟ ସରକାର । ପୁଣି ବଦଳିଲା ସରକାରଙ୍କ ନିଷ୍ପତ୍ତି । କୋରୋନା ଆକ୍ରାନ୍ତକୁ ଚେକ ଦେବାକୁ ଜନ ଗହଳି ଉପରେ ସରକାର ଲଗାଇଲେ ବ୍ରେକ । ଭିଡ଼ ନିୟନ୍ତ୍ରଣ କରିବାକୁ ଜାରି କଲେ ସାନି ଗାଇଡ଼ଲାଇନ ।
ଏଣିକି ବାହାଘରରେ 500 ନୁହେଁ, ସର୍ବାଧିକ 200 ଉତ୍ସବରେ ହେବ ସାମିଲ । ଏଥିସହ ବାହାଘର ପ୍ରୋସେସନରେ ଉପରେ କଟକଣା ଲାଗିଲା । ସେହିପରି ଦଶାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ 50 ଲୋକଙ୍କୁ ସାମିଲ ନେଇ ରହିବ ଅନୁମତି ।