ଓଡିଶା

odisha

ETV Bharat / city

ରାଜ୍ୟରେ ଦେଢ଼ କୋଟି ପାର୍ କୋଭିଡ ଟେଷ୍ଟିଂ, ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଦେଢକୋଟି ଟପିଲା କୋଭିଡ ଟେଷ୍ଟ । କୋରୋନା ଲଢ଼େଇରେ ଅକ୍ଳାନ୍ତ ପରିଶ୍ରମ ପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Jul 18, 2021, 5:31 PM IST

ରାଜ୍ୟରେ ଦେଢ଼ କୋଟି ପାର୍ କୋଭିଡ ଟେଷ୍ଟିଂ, ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଦେଢ଼ କୋଟି ପାର୍ କୋଭିଡ ଟେଷ୍ଟିଂ, ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:କୋରୋନାକୁ ମାତ୍ ଦେବାକୁ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟରେ ବର୍ତ୍ତମାନ ଦେଢ କୋଟି ଟପିଛି କୋଭିଡ ଟେଷ୍ଟ । ଦେଢ କୋଟିରୁ ଉର୍ଦ୍ଧ୍ବ ଟେଷ୍ଟିଂର ମାଇଲଖୁଣ୍ଟ ହାସଲ କରିଛି ଓଡିଶା । ଏହି ସଫଳତା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କୋରୋନା ଲଢ଼େଇରେ ଅକ୍ଳାନ୍ତ ପରିଶ୍ରମ ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏଯାବତ୍ ରାଜ୍ୟରେ ମୋଟ ୧ କୋଟି ୫୦ ଲକ୍ଷ ୬୬ ହଜାର ୫୦ଟି କୋଭିଡ ଟେଷ୍ଟ କରାଯାଇଛି । ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟିଂ ହେଉଛି । ତେବେ ବର୍ତ୍ତମାନ ରାଜ୍ୟର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 54 ହଜାର 326 ରହିଛି । ସେପଟେ ମୋଟ 9 ଲକ୍ଷ 27 ହଜାର 926 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୧ ହଜାର ୨୮୯ଟି ଆକ୍ଟିଭ କେସ୍ ରହିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details