ଭୁବନେଶ୍ବର: ଆସିଲା ସେରୋ ସର୍ଭେଲାନ୍ସ ରିପୋର୍ଟ। ସ୍ମାର୍ଟସିଟି ଭୁବନେଶ୍ବରରେ ଆଗକୁ ବଢିବ କରୋନା ସଂକ୍ରମଣ । ଆଣ୍ଟିବଡି ହାର ୫.୨ ଥିବାରୁ ଆଗକୁ କେରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ବର ମହାନଗରନିଗମ ଅଞ୍ଚଳରେ ସେରୋ ସର୍ଭେଲାନ୍ସ ରିପୋର୍ଟ ସ୍ପଷ୍ଟ କରିଛି । ଶୁକ୍ରବାର ସେରୋ ସର୍ଭେଲାନ୍ସ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଫେଜ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।
କୋରୋନା ସଂକ୍ରମଣ ରୋକିବାକୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି ସରକାରଙ୍କ ଫୋକସ । ଏପେଟେ କିନ୍ତୁ ଭୁବନେଶ୍ବର ମହାନଗର ନିଗମରେ କୋରୋନା ସଂକ୍ରମଣରେ ଲଗାମ ଲାଗୁନଥିବା ଚିନ୍ତାର କାରଣ ପାଲଟିଛି । ସେରୋ ସର୍ଭେଲାନ୍ସ ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ଥିବାରୁ ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଛି।