ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଆଶ୍ବସ୍ତି । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ମଧ୍ୟରେ ଭୁବନେଶ୍ବର ଡେପୁଟି ପୋଲିସ କମିଶନରଙ୍କ ବଡ ଘୋଷଣା । ଲକଡାଉନ ସମୟରେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଆଉ ଥାନାକୁ ଯିବା ଦରକାର ନାହିଁ । ଡାଏଲ କରନ୍ତୁ 100 । ଆଉ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆଣନ୍ତୁ ଅନୁମତି ।
ବାହାଘର ଓ ଅନ୍ତ୍ୟେଷ୍ଟି ଅନୁମତି ପାଇଁ ଡାଏଲ କରନ୍ତୁ ୧୦୦
ବାହାଘର ଓ ଅନ୍ତ୍ୟେଷ୍ଟି ଅନୁମତି ପାଇଁ ଆଉ ଥାନାକୁ ଯିବା ଦରକାର ନାହିଁ । 100 କୁ ଡାଏଲ କରି ବିବାହ ଓ ଅନ୍ତେଷ୍ଟି କ୍ରିୟା ପାଇଁ ଅନୁମତି ଆଣନ୍ତୁ । ଅଧିକ ପଢନ୍ତୁ..
ବାହାଘର ଓ ଅନ୍ତ୍ୟେଷ୍ଟି ଅନୁମତି ପାଇଁ ଡାଏଲ କରନ୍ତୁ ୧୦୦
ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାସ । ସେ କହିଛନ୍ତି କି ବିବାହ କିମ୍ବା ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ରାଜଧାନୀବାସୀ 100 କିମ୍ବା 8144207100ରେ ଫୋନ କରିପାରିବେ । ଫୋନ କଲେ ହ୍ବାଟସପ ମାଧ୍ୟମରେ ଆବେଦନକାରୀଙ୍କୁ ଏକ ଫର୍ମ ପଠାଯିବ । ତାହାକୁ ପୂରଣ କରି ଆବେଦନକାରୀ ପଠାଇଲେ ଅନୁମତି ମିଳିପାରିବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : May 6, 2021, 7:04 AM IST