ଓଡିଶା

odisha

ETV Bharat / city

କୋଭିଡ ସଙ୍କଟ: ଅମ୍ଳଜାନ ବ୍ୟବହାର ଉପରେ SOP ଜାରି - ଅମ୍ଳଜାନ ବ୍ୟବହାର

ରାଜ୍ୟରେ ଅମ୍ଳଜାନର ବ୍ୟବହାର ଉପରେ ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭଗ । ଏନେଇ ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜର ଅଧ୍ୟକ୍ଷ ଓ ସମସ୍ତ ସିଡିଏମଓଙ୍କୁ ଦିଆଯାଇଛି ନିର୍ଦେଶ । ଅଧିକ ପଢନ୍ତୁ...

କୋଭିଡ ସଙ୍କଟ: ଅମ୍ଳଜାନ ବ୍ୟବହାର ଉପରେ SOP ଜାରି
କୋଭିଡ ସଙ୍କଟ: ଅମ୍ଳଜାନ ବ୍ୟବହାର ଉପରେ SOP ଜାରି

By

Published : Apr 27, 2021, 10:45 PM IST

ଭୁବନେଶ୍ବର: କୋଭିଡ ସମୟରେ ଅମ୍ଳଜାନ ବ୍ୟବହାର ଉପରେ SOP । ରାଜ୍ୟରେ ଅମ୍ଳଜାନର ବ୍ୟବହାର ଉପରେ ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭଗ । ଏନେଇ ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜର ଅଧ୍ୟକ୍ଷ ଓ ସମସ୍ତ ସିଡିଏମଓଙ୍କୁ ଦିଆଯାଇଛି ନିର୍ଦେଶ ।

କୋଭିଡ ସଙ୍କଟ: ଅମ୍ଳଜାନ ବ୍ୟବହାର ଉପରେ SOP ଜାରି
ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ବୃଦ୍ଧି ଘଟୁଛି । ଜେନେରାଲ ବେଡ୍‌ ଏବଂ ଆଇସିୟୁ ବେଡ଼ ସହିତ ପର୍ଯ୍ୟାପ୍ତ ପରିମାଣରେ ବେଡ଼ ରହିଛି । ଦେଶରେ ଅମ୍ଳଜାନର ସଙ୍କଟ ରହିଥିବାବେଳେ ଆମ ରାଜ୍ୟରେ ଅଭାବ ଏଯାଏଁ ନାହିଁ । ତେଣୁ ପୂର୍ବରୁ ସତର୍କ ରହିବା ସହ ଅମ୍ଳଜାନକୁ କିଭଳି କମ ବ୍ୟବହାର କରିବା ଏବଂ ଅଯଥାରେ ବ୍ୟବହାର ନକରିବାକୁ ନିର୍ଦେଶ ଦିଆଯାଇଛି । ଏହା ଫଳରେ ମୃତ୍ୟୁହାର ହ୍ରାସ ହେବା ସହ ବହୁ ପରିମାଣରେ ରୋଗ ମଧ୍ୟ କମିପାରିବ ।

ସମସ୍ତ ସରକାରୀ ଏବଂ ବେସରକାରୀ କୋଭିଡ ଡାକ୍ତରଖାନାକୁ ନିର୍ଦେଶ ଦିଆଯାଇଛି । ଏହି ପ୍ରୋଟୋକଲଗୁଡିକର କଡା ନଜର ରଖିବା ପାଇଁ ବିଶେଷଜ୍ଞ ଦଳ ପର୍ଯ୍ୟାୟ କ୍ରମେ ପରିଦର୍ଶନ କରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details