ଭୁବନେଶ୍ବର: ରାଜ୍ୟରେ ପୁଣି 13 ଟି ଜିଲ୍ଲାରେ 90 କୋରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2478 ରେ ପହଞ୍ଚିଛି ।
ନୂଆ 90 ଆକ୍ରାନ୍ତଙ୍କ ମଧ୍ୟରେ 79 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ 11 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 22 ଜଣ, ଖୋର୍ଦ୍ଧାର 25, ଭଦ୍ରକର 9, କଟକର 5, ପୁରୀର 2, ନୟାଗଡର 7, ସୁନ୍ଦରଗଡର 5, ଢେଙ୍କାନାଳର 10 ଓ ବାଲେଶ୍ବର, ଅନୁଗୋଳ, କଳାହାଣ୍ଡି, ସମ୍ବଲପୁର,ବରଗଡର ଜଣେ ଲେଖାଁଏ ଅଛନ୍ତି ।