ଓଡିଶା

odisha

By

Published : Jul 22, 2020, 9:05 PM IST

Updated : Jul 22, 2020, 9:29 PM IST

ETV Bharat / city

ମନ୍ତ୍ରୀ ପରିଷଦ ବୈଠକ: ଜୀବନ ଜୀବିକାକୁ ଗୁରୁତ୍ବ , ସମ୍ବଳ ସଂଗ୍ରହ ସରକାରଙ୍କ ପ୍ରମୁଖ ଚିନ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 5 ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏହି ବୈଠକରେ କୋଭିଡ ପରିଚାଳନା ଓ ରାଜ୍ୟର ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଯାଇଛି । ଏହା ସହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ମନ୍ତ୍ରୀ ପରିଷଦ ବୈଠକ: ଜୀବନଜୀବିକା କ୍ଷେତ୍ରକୁ ଗୁରୁତ୍ବ , ସମ୍ବଳ ସଂଗ୍ରହ ସରକାରଙ୍କ ପ୍ରମୁଖ ଚିନ୍ତା
ମନ୍ତ୍ରୀ ପରିଷଦ ବୈଠକ: ଜୀବନଜୀବିକା କ୍ଷେତ୍ରକୁ ଗୁରୁତ୍ବ , ସମ୍ବଳ ସଂଗ୍ରହ ସରକାରଙ୍କ ପ୍ରମୁଖ ଚିନ୍ତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 5 ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏହି ବୈଠକରେ କୋଭିଡ ପରିଚାଳନା ଓ ରାଜ୍ୟର ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଯାଇଛି । ଏହା ସହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ପରିଷଦ ବୈଠକ: ଜୀବନଜୀବିକା କ୍ଷେତ୍ରକୁ ଗୁରୁତ୍ବ , ସମ୍ବଳ ସଂଗ୍ରହ ସରକାରଙ୍କ ପ୍ରମୁଖ ଚିନ୍ତା

ନିଷ୍ପତ୍ତି ଅନୁସାରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଖର୍ଚ୍ଚ ଅଗ୍ରାଧିକାର ଭିତ୍ତିରେ କରାଯିବ। ମେଡିକାଲ, ଉପକରଣ ପାଇଁ ସବୁ ପାଣ୍ଠି ଯୋଗାଇ ଦିଆଯିବ। ସାମାଜିକ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଅଗ୍ରାଧିକାର ଦିଆଯିବ। ସାମାଜିକ ନିରାପତ୍ତା ଜନିତ ସମସ୍ତ ଖର୍ଚ୍ଚ ପୂର୍ବଭଳି ଜାରି ରହିବ। ଏଥିରେ କୌଣସି କାଟଛାଣ୍ଟ କରାଯିବ ନାହିଁ । ସେହିପରି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନକୁ ଗୁରୁତ୍ବ ଦିଆଯିବ। ତେବେ ସମ୍ବଳ ସଂଗ୍ରହ ଏବେ ସବୁଠୁ ବଡ଼ ଚାଲେଞ୍ଜ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏନେଇ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି ସରକାର।

ଖୋଲା ବଜାରରୁ ଋଣ ପାଇଁ ସରକାରଙ୍କ ଯୋଜନା ରହିଛି। ତେବେ ଅଧିକ ସୁଧ ହାର ରହିଥିବାରୁ କାମ୍ପା ଓ ଓଏମବିଏଡ଼ିସି ପାଣ୍ଠିରୁ ଅର୍ଥ ଋଣ ଆକାରରେ ଅଣାଯାଉଛି। ଏଥିରୁ ପ୍ରାୟ 1000କୋଟି ଟଙ୍କାର ଋଣ ଆଣିଲେଣି ସରକାର। ଏହାର ସୁଧ ହାର 3 ପ୍ରତିଶତ ରହିଛି। ଆବଶ୍ୟକ ପଡ଼ିଲେ ଆଉ ଋଣ ଅଣାଯିବ। ଯଦିଓ ଖୋଲା ବଜାରରୁ ଋଣ ଆଣିବାକୁ ଓଡିଶା ସରକାର ଭଲ ସ୍ଥିତିରେ ଅଛନ୍ତି, ତେବେ ସେ ଦିଗକୁ ଗୁରୁତ୍ବ ନଦେଇ କିଭଳି ଶୃଙ୍ଖଳିତ ଭାବରେ ବିତ୍ତୀୟ ପରିଚାଳନା କରି ହେବ ତାଉପରେ ଗୁରୁତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ଜଳସମ୍ପଦ, ଶକ୍ତି, ବାଣିଜ୍ୟିକ ଟିକସ ବିଭାଗରେ ସରକାରଙ୍କ ପ୍ରାୟ 17 ହଜାର କୋଟି ଟଙ୍କା ପଡିରହିଛି। ଓଟିଏସ ଜରିଆରେ ତାହା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

ସେହିପରି ବିଭିନ୍ନ ବିଭାଗ ଅଧୀନରେ ଥିବା ଯୋଜନା ବାବଦ ଅର୍ଥ ଯାହାକି ଖର୍ଚ୍ଚ ନହୋଇ ପଡି ରହିଛି ତାହା ଫେରାଇ ଆଣିବ ଅର୍ଥ ବିଭାଗ। ଏହି ଅର୍ଥ ପରେ ଆବଶ୍ୟକ ପଡ଼ିଲେ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେହିପରି 2020-21 ବଜେଟରେ ବିଭିନ୍ନ ବିଭାଗ ପାଇଁ ଆବଣ୍ଟନ ହୋଇଥିବା ପୁଞ୍ଜି ବ୍ୟୟ ସ୍ବାସ୍ଥ୍ୟ ବିଭାଗ ପାଇଁ ବ୍ୟୟ ହେବ। ଏପ୍ରିଲ ଓ ମେ ମାସରେ ରାଜସ୍ବ ସଂଗ୍ରହ 70 ପ୍ରତିଶତ କମିଥିବା କଥା ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି । ଜୁନରେ କିଛିଟା ସୁଧାର ଆସି ଗତବର୍ଷ ତୁଳନାରେ 20 ପ୍ରତିଶତ କମ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଭଲ ସ୍ଥିତିରେ ରହିଛି। ତେବେ କୌଣସି ଅଣଯୋଜନା ବ୍ୟୟ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 22, 2020, 9:29 PM IST

ABOUT THE AUTHOR

...view details