ଓଡିଶା

odisha

ETV Bharat / city

ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି (ଶନିବାର) ଅପରାହ୍ନ ସାଢେ 5 ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଅଧିକ ପଢନ୍ତୁ...

ଅପରାହ୍ନ ସାଢେ 5ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ
ଅପରାହ୍ନ ସାଢେ 5ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ

By

Published : May 29, 2021, 10:34 AM IST

Updated : May 29, 2021, 11:23 AM IST

ଭୁବନେଶ୍ବର: ଆଜି(ଶନିବାର) ଅପରାହ୍ନ ସାଢେ 5ଟାରେ ବସିବ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଦୁଇବର୍ଷ ତଳେ ଆଜିର ଦିନରେ 5ମ ଥର ଲାଗି ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ।

ଦୁଇବର୍ଷ ତଳେ ମେ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ । ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତ ଉପଲକ୍ଷେ ଏହି ବୈଠକ ଡକାଯାଇଛି । ରାଜ୍ୟରେ କୋରୋନା ମୁକାବିଲା ଜାରି ରହିଛି । ଅନ୍ୟପଟେ ଉତ୍ତର ଓଡ଼ିଶା ବାତ୍ୟା ୟସ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ରାଜ୍ୟ ବାତ୍ୟ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ବନ୍ୟା ମୁକାବିଲା ରିଲିଫ କାର୍ଯ୍ୟ ଜାରି ରହିଛି । ତେଣୁ ଆଗାମୀ ଦିନରେ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇପାରନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 29, 2021, 11:23 AM IST

ABOUT THE AUTHOR

...view details