ଓଡିଶା

odisha

ETV Bharat / city

ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି, ଲୋକାୟୁକ୍ତଙ୍କ ନିକଟରେ ପୁଣି ହାଜର ହେଲେ 2 ବରିଷ୍ଠ IAS

ମାସ୍କ ଓ ପିପିଇ କିଟ୍କି ଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ଲୋକାଯୁକ୍ତଙ୍କ ନିକଟରେ ପୁଣିଥରେ ହଜାର ହେଲେ 2 ଜଣ ବରିଷ୍ଠ ଆଇଏଏସ ।

By

Published : Nov 4, 2020, 8:17 PM IST

Updated : Nov 4, 2020, 8:47 PM IST

Corruption in purchase of masks and PPE kits
ମାସ୍କ ଓ ପିପିଇ କିଟ୍କି ଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ସାମଗ୍ରୀ କ୍ରୟରେ ବ୍ୟାପକ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ଓଡିଶା ଲୋକାଯୁକ୍ତଙ୍କ ନିକଟରେ ଚାଲିଛି । ତେବେ ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏନେଇ ଲୋକାଯୁକ୍ତଙ୍କ ନିକଟରେ ପୁଣିଥରେ ହଜାର ହେଲେ 2 ଜଣ ବରିଷ୍ଠ ଆଇଏଏସ ଅଫିସର ।

ସେମାନେ ହେଲେ ହେମନ୍ତ ଶର୍ମା ଓ ଜାମିନି ଷଡଙ୍ଗୀ । ସେହି ସମୟରେ କ୍ରୟ କମିଟି ଦାୟୀତ୍ବରେ ଥିବା ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ ଦାୟୀ କରାଯାଇଥିଲା । ଏହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିବାବେଳେ ଲୋକାୟୁକ୍ତଙ୍କ ଦ୍ବାରା ଏହାର ତଦନ୍ତ ଆରମ୍ଭ ହୋଇଛି ।

ମାସ୍କ ଓ ପିପିଇ କିଟ୍କି ଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ

ତେବେ ପରଚେଜିଙ୍ଗ କମିଟି କାହିଁକି ବଦଳିଲା ଓ କିଏ ବଦଳାଇଲା ତାକୁ ନେଇ ଉଭୟଙ୍କୁ ପ୍ରଶ୍ନ କରିଛନ୍ତି ଲୋକାୟୁକ୍ତ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି ଲୋକାୟୁକ୍ତ । ଆସନ୍ତା 23 ଭିତରେ ଉତ୍ତର ରଖିବକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 23 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଏହି ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ଏନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 4, 2020, 8:47 PM IST

ABOUT THE AUTHOR

...view details