ଓଡିଶା

odisha

ETV Bharat / city

ପୁଣି ବିଦା ହେଲେ 6 ଦୁର୍ନୀତିଗ୍ରସ୍ତ ଅଫିସର

ଦୁର୍ନୀତି ବିରୋଧରେ କଠୋର ହେଉଛନ୍ତି ରାଜ୍ୟ ସରକାର । ପୁଣି 6 ଅଫିସରଙ୍କୁ କରିଛନ୍ତି ବରଖାସ୍ତ। ଏହାକୁ ମିଶାଇ ଗତ 2 ମାସରେ ମୋଟ 44 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।

By

Published : Nov 4, 2019, 2:32 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ପୁଣି 6 ଅଫିସର ବରଖାସ୍ତ। ଦୁର୍ନୀତି ବିରୋଧରେ କଠୋର ହୋଇ 6 ଜଣଙ୍କୁ ଚାକିରୀରୁ ବହିଷ୍କାର କରିବା ସହ 5 ଜଣଙ୍କ ପେନସନ ବନ୍ଦ କରିଛନ୍ତି ସରକାର । ଏହାକୁ ମିଶାଇ ଗତ 2 ମାସରେ ମୋଟ 44 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଦୁର୍ନୀତି ବିରୋଧରେ କଠୋର ହେଲେ ସରକାର, ପୁଣି 6 ଅଫିସରଙ୍କୁ କଲେ ବରଖାସ୍ତ

ଦୁର୍ନୀତି ନେଇ 11 ଜଣଙ୍କ ପେନସନ ବନ୍ଦ କରାଯାଇଛି । ଆଉ 10 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବଡ କଥା ହେଉଛି ପେନସନ ବନ୍ଦ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି 3 ଓଏଏସ ଅଫିସର । ଏମାନେ ହେଲେ ବରଗଡ ମୁନିସିପାଲିଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ସେଠ, ଖଣ୍ଡପଡା ବ୍ଳକର ପୂର୍ବତନ ବିଡିଓ ସନାତନ ସେଠୀ, ପୂର୍ବତନ କୋରାପୁଟ ଆର୍ଟିଓ ପୁରନ୍ଦର ପୂଜାରୀ। ସେହିଭଳି ଆଉ କିଛି ତଳିଆ କର୍ମଚାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏମାନେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details