ଓଡିଶା

odisha

ETV Bharat / city

ଦୁର୍ନୀତି ବିରୋଧରେ ନବୀନଙ୍କ କଠୋର ଆଭିମୁଖ୍ୟ, ମାସକରେ 37 ଅଫିସର ବିଦା

ପୁଣି ଦୁର୍ନୀତିର ଗନ୍ଧ ବାରିଲେ ମୁଖ୍ୟମନ୍ତ୍ରୀ । ମାସକ ମଧ୍ୟରେ ବରଖାସ୍ତ କଲଣି 37 ଅଧିକାରୀଙ୍କ ଚାକିରୀ । ପୂର୍ବରୁ 21 ଜଣଙ୍କୁ ନିଲମ୍ବନ କରିଥିବା ବେଳେ ଆଜି 16 ଜଣ ଅଧିକାରୀଙ୍କୁ କରିଛନ୍ତି ବହିଷ୍କୃତ । କିନ୍ତୁ ନବୀନ କେବଳ ତଳିଆ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।

By

Published : Sep 13, 2019, 6:34 PM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ନବୀନଙ୍କ କଡ଼ା ଆଭିମୁଖ୍ୟ । ଯିଏ ବି ହେଉ, ଦୁର୍ନୀତିର ଦାଗ ଲାଗିଲେ କଡ଼ା ନିଷ୍ପତ୍ତି ନେଉଛନ୍ତି ମୁଖ୍ୟମନ୍ତ୍ରୀ । ମାସକ ମଧ୍ୟରେ ଗଲାଣି 37 ଜଣଙ୍କ ଚାକିରୀ । ତେବେ ଆଜି ମଧ୍ୟ 16 ଜଣଙ୍କୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏମାନଙ୍କ ମଧ୍ୟରେ ରହିଛନ୍ତି 5 ପ୍ରଧାନ ଶିକ୍ଷକ, 4 ଇଂଜିନୟର, 2 ଆରଆଇ, ଜଣେ ଅମିନ, ଜଣେ ପଞ୍ଚାୟତ ଅଧିକାରୀ ଓ 2 ଜଣ କିରାଣୀ । ଦୁର୍ନୀତି ନିବାରଣ ବିଭାଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜିକୁ ମିଶାଇ ମାସକ ମଧ୍ୟରେ 37 ଜଣଙ୍କୁ ଚାକିରୀରୁ ବହିଷ୍କାର କରଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି 6 ଜଣଙ୍କ ପେନସନ ବନ୍ଦ କରାଯାଇଛି । ତେବେ ବଡ କଥା ହେଉଛି ତଳିଆ କର୍ମଚାରୀଙ୍କ ବିରୋଧରେ ନବୀନ କଠୋର ହେଉଥିବା ବେଳେ ବଡବଡ଼ିଆଙ୍କୁ ହାତ ମାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ହାତରେ ଅନେକ ଅଫିସର ଧରାପଡିଥିବା ବେଳେ ସେମାନଙ୍କ ପ୍ରତି ନରମ ମନୋଭାବ କାହିଁକି ପୋଷଣ କରାଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details