ଓଡିଶା

odisha

ETV Bharat / city

ଦୁର୍ନୀତିଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ - ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନିଆଳି ଅଂଲୋ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଲୋକାୟୁକ୍ତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

corruption allegation, corrupted sarpanch, lokayukt order, investigation order by lokayukt, ଦୁର୍ନୀତି ଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଭୁବନେଶ୍ବର ଖବର
ଦୁର୍ନୀତି ଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

By

Published : Dec 7, 2019, 5:45 PM IST

ଭୁବନେଶ୍ବର: ପଞ୍ଚାୟତରେ ଦୁର୍ନୀତି, ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ। ଆବାସ କେଳେଙ୍କାରୀ ଓ ପଞ୍ଚାୟତ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି ସରକାର। ‘ମୋ ସରକାର’ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜକୁ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଦୁର୍ନୀତି ଅଭିଯୋଗରେ ଜଣେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଲୋକାୟୁକ୍ତ କଟକ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ନୀତି ଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ସୂଚନା ଅଧିକାରୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ନିଆଳି ଅଂଲୋ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ ହେଉଛି। କାଳିଆ ଘାଇ ହାଟ ନିଲାମର ଦୁର୍ନୀତି ମଧ୍ୟ ହୋଇଛି। ସରପଞ୍ଚ ଅର୍ଥ ହଡପ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ ଉପଜିଲ୍ଲାପାଳ 2018 ଜାନୁଆରୀ 31 ତାରିଖରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ତାହା ସଫଳ ହେଲା ନାହିଁ।

ଲୋକାଯୁକ୍ତଙ୍କ କାର୍ଯ୍ୟାଳୟ

ସେହିପରି ପଞ୍ଚାୟତ ଉପରାମହଲା ତିଆରି ଓ ପଞ୍ଚାୟତର ଗୋଦାମ ଘର ମରାମତି ନିମନ୍ତେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ସେ। ପଞ୍ଚାୟତର ବିଭିନ୍ନ ଦୁର୍ନୀତିରେ ରହି ସରପଞ୍ଚଙ୍କ ନାମରେ ଅଭିଯୋଗ ହୋଇଛି। ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରି ପଞ୍ଚାୟତ ଦୁର୍ନୀତି ଓ ଅର୍ଥ ହେରଫେର ହୋଇଥିବା ଅଭିଯୋଗକୁ ଗ୍ରହଣ କରିଛନ୍ତି। ଉକ୍ତ ଦୁର୍ନୀତି ଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଆସନ୍ତା 3 ମାସ ଭିତରେ ଲୋକାଯୁକ୍ତଙ୍କୁ ଜଣାଇବା ସକାଶେ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details