ଭୁବନେଶ୍ବର:କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଏହା ଇଚ୍ଛାଧୀନ। ନିଜ ଇଚ୍ଛା ଅନୁସାରେ ଲୋକମାନେ ନେଇପାରିବେ। ଏହା ସମ୍ପୂର୍ଣ୍ଣ ଭାବରେ ନିରାପଦ ଓ ଫଳପ୍ରଦ । ଯେଉଁ ଟୀକା ନେବେ ଏହା 28 ଦିନ ପରେ ସେହି ଟିକାର ଦ୍ବୀତିୟ ଡୋଜ ନେଇପାରିବେ। ଭାରତରେ କିଛି ଦିନ ମଧ୍ୟରେ ଟୀକାକରଣ କରାଯିବ। ସ୍ବାସ୍ଥ୍ୟ କର୍ମୀ ଓ କୋରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବ । ଏମାନଙ୍କ ପରିବାରଙ୍କୁ ଟିକା ପ୍ରଥମ ପର୍ଯ୍ୟାୟରେ ଦିଆଯିବ ନାହିଁ।
ପ୍ରଥମ ଡୋଜରେ 28 ଦିନ ପରେ ଦ୍ବିତୀୟ ଡୋଜ ଟୀକାକରଣ କରାଯିବ। ଯେଉଁମାନେ ଟିକା ନେଉଛନ୍ତି ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ପଞ୍ଜିକରଣ ଓ ପରିଚୟ ପତ୍ର ବାଧ୍ୟତାମୂଳକ । ପଞ୍ଜିକରଣ କରିବା ଦ୍ବାରା ଟୀକାକରଣ ହେବାକୁ ଥିବା ସ୍ଥାନ ଓ ସମୟ ଦିଆଯିବ। ଦେଶରେ ଟୀକା ପ୍ରସ୍ତୁତ କରାଯାଇଛି। ଏହାକୁ ଡ୍ରଗ୍ସ କଣ୍ଟ୍ରୋଲ ଇଣ୍ଡିଆ ଏହି ଟିକାକୁ ପରୀକ୍ଷା କରାଇଛି। ଏହା ସମ୍ପୂର୍ଣ୍ଣ ଭାବରେ ନିରାପଦ। ଟୀକାକରଣ ପର୍ଯ୍ୟାୟକ୍ରମେ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।