ଓଡିଶା

odisha

ETV Bharat / city

କୋରୋନା ମୁକାବିଲା: ସୁବ୍ରତ ଶୁଣାଇଲେ ପ୍ରଭୁ ରାମଙ୍କ ବନବାସ କାହାଣୀ - corona update

ଓଡିଶାବାସୀଙ୍କୁ ସୁବ୍ରତ ବାଗ୍‌ଚୀ ଶୁଣାଇଲେ ରାମଚରିତ୍ର । କହିଲେ, ‘ପ୍ରଭୁ ରାମ ଥିଲେ 14 ବର୍ଷ ବନବାସ । ତେଣୁ ଆପଣ ବି କୋରୋନା ପାଇଁ 14 ଦିନ ରୁହନ୍ତୁ ସଙ୍ଗରୋଧ ।’

corona update
କୋରୋନା ମୁକାବିଲା: ସୁବ୍ରତ ଶୁଣାଇଲେ ପ୍ରଭୁ ରାମଙ୍କ ବନବାସ କାହାଣୀ

By

Published : Apr 2, 2020, 8:28 PM IST

Updated : Apr 3, 2020, 1:34 PM IST

ଭୁବନେଶ୍ବର: ଓଡିଶାବାସୀଙ୍କୁ ସୁବ୍ରତ ବାଗ୍‌ଚୀ ଶୁଣାଇଲେ ରାମଚରିତ୍ର । କହିଲେ, ‘ପ୍ରଭୁ ରାମ ଥିଲେ 14 ବର୍ଷ ବନବାସ । ତେଣୁ ଆପଣ ବି କୋରୋନା ପାଇଁ 14 ଦିନ ରୁହନ୍ତୁ ସଙ୍ଗରୋଧ । କାରଣ ବନବାସରେ ଅର୍ଥ ଦୈନନ୍ଦିନ ସୁଖକୁ ଜଳାଞ୍ଜଳି ଦେଇ ଏକ ସ୍ବାର୍ଥକୁ ସ୍ବାଛନ୍ଦ କରିବା ।’

କୋରୋନା ମୁକାବିଲା: ସୁବ୍ରତ ଶୁଣାଇଲେ ପ୍ରଭୁ ରାମଙ୍କ ବନବାସ କାହାଣୀ

ଏପରିକି ଯଥା ଦେହେ ତଥା ଦେବେ । ମର୍ତ୍ୟରେ ଭଗବାନ ଆବିର୍ଭାବ ହେଲେ ବି ମାନବ ପରି କଷ୍ଟ ସହିବାକୁ ପଡିଥାଏ । ତେଣୁ ଏପରି ଅସମୟରେ ଆପଣମାନେ ବି କୋରୋନା ମୁକାବିଲା କରିବାକୁ ଏଭଳି ନିୟମକୁ ମାନିବାକୁ ପଡିବ ବୋଲି ସେ କହିଛନ୍ତି ।

ଏହାସହ ଦୁର୍ବଳ ପରିସ୍ଥିତିରେ ଡର ଭୟ କରନ୍ତୁ ନାହିଁ । ଭୟକୁ ଯେତିକି ଡରିବା ସେତିକି ଡରେଇବ । ଦମ୍ଭର ସହ ଆଗେଇ ଆସନ୍ତୁ । ଯଦି ନିଜକୁ ସେପରି କିଛି କୋରୋନା ଲକ୍ଷଣ ଥିବା ପରି ଅନୁଭବ ହେଉଛି ତେବେ ନିର୍ଭିକର ସହ ସରକାରଙ୍କୁ ଜଣାନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେହିପରି ନିର୍ଭିକ ଚରିତ୍ର ହିଁ ଆପଣଙ୍କ ସମେତ ଆପଣଙ୍କ ପରିବାର ଓ ସମାଜକୁ ବଞ୍ଚାଇପାରିବ । ଡରନ୍ତୁ ନାହିଁ ଶପଥ ନିଅନ୍ତୁ ତୁରନ୍ତ ସେହି ମୁହୁର୍ତ୍ତରେ ଅବଗତ କରାନ୍ତୁ ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପଟେ ସ୍ବାସ୍ଥ ସଚିବ ଶାଳିନି ପଣ୍ଡିତ କହିଛନ୍ତି,‘ଓଡିଶା ବାହାରୁ କି ଦେଶ ବାହାରୁ ଆସିଥିଲେ ଘର ଭିତରେ ଅଲଗା ରହିବେ । ପରିବାର ସଦସ୍ୟ ଏକ ମିଟରରେ ରହି ମିଳାମିଶା କରନ୍ତୁ । 14 ଦିନ ଲକ୍ଷଣ ମନିଟର କରନ୍ତୁ ।’ ଜ୍ବର, ଥଣ୍ଡା, କାଶ, ଛିଙ୍କ ଏପରି କିଛି ଅନୁଭବ ହେଲେ ମେଡିକାଲ ନଯାଇ 104ରେ କଲ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦରକାର ପଡିଲେ ସରକାରଙ୍କ ଗାଡି ଆପଣଙ୍କ ଘରକୁ ଯିବ । ଆପଣଙ୍କ ଚିକିତ୍ସା ପାଇଁ ସରକାର ମାଗଣାରେ ସମସ୍ତ ସୁବିଧା ଯୋଗାଇବେ । ଯଦି କୌଣସି ଲକ୍ଷଣ ନାହିଁ ଲକ ଡାଉନ ନିୟମ ମାନନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 3, 2020, 1:34 PM IST

ABOUT THE AUTHOR

...view details