ଭୁବନେଶ୍ବର: ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା । ଆଜି ପୁଣି 10 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା 187 କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 5, ଖୋର୍ଦ୍ଧାରୁ 3, ଗଜପତି, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
ଗଞ୍ଜାମରୁ 54, 44, 63, 70, 49 ବର୍ଷୀୟ ପୁରୁଷ ଓ 56 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ମୃତକ ସମସ୍ତେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ସେହିଭଳି 56 ବର୍ଷୀୟ ପୁରୁଷ ସୁନ୍ଦରଗଡର ହୋଇଥିବାବେଳେ ସେ ବି ଅନ୍ୟରୋଗରେ ପୀଡିତ ଥିଲେ ।