ଓଡିଶା

odisha

ETV Bharat / city

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ, ଦିନକରେ 868 ଚିହ୍ନଟ - odisha corona news

ରାଜ୍ୟରେ ହ୍ରାସ ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 868 ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ
କୋରୋନା ଆକ୍ରାନ୍ତ

By

Published : Nov 19, 2020, 12:23 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ 868 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 499 ଜଣ କ୍ବାରେଣ୍ଟାଇନରୁ ଓ 369 ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 54, ବାଲେଶ୍ବରରୁ 18, ବରଗଡରୁ 21, ଭଦ୍ରକରୁ 13, ବଲାଙ୍ଗୀରରୁ 34, ବୌଦ୍ଧରୁ 1, କଟକରୁ 64, ଦେବଗଡରୁ 7, ଢେଙ୍କାନାଳରୁ 18, ଗଜପତିରୁ 3, ଗଞ୍ଜାମରୁ 11 ଓ ଜଗତସିଂହପୁରରୁ 44 ଜଣ ରହିଛନ୍ତି ।

ସେହିପରି ଯାଜପୁରରୁ 31, ଝାରସୁଗୁଡାରୁ 21, କଳାହାଣ୍ଡିରୁ 20, କନ୍ଧମାଳରୁ 6, କେନ୍ଦ୍ରାପଡାରୁ 35, କେନ୍ଦୁଝରରୁ 39, ଖୋର୍ଦ୍ଧାରୁ 126, କୋରାପୁଟରୁ 12, ମାଲକାନଗିରିରୁ 12, ମୟୂରଭଞ୍ଜରୁ 46, ନବରଙ୍ଗପୁରରୁ 14, ନୟାଗଡରୁ 3, ନୂଆପଡାରୁ 46, ପୁରୀରୁ 28, ରାୟଗଡାରୁ 7, ସମ୍ବଲପୁରରୁ 18, ସୋନପୁରରୁ 6 ଓ ସୁନ୍ଦରଗଡରୁ 87 ଜଣ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଟ ପୁଲରୁ 23 ଜଣ ସଂକ୍ରମଣ ହୋଇଛନ୍ତି ।

ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3,11,788ରେ ପହଞ୍ଚିଥିବାବେଳେ 3,01,777 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 8,366ଟି ସକ୍ରିୟ ମାମଲା ରହିଛି । ଅନ୍ୟପଟେ ମୋଟ ମୃତ୍ୟୁ ସଂଖ୍ୟା 1592ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details