ଓଡିଶା

odisha

ETV Bharat / city

ରାଜ୍ୟରେ ବେକାବୁ କୋରୋନା, 15 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ବେକାବୁ କୋରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଦିନକରେ 494 ନୂଆ ଆକ୍ରାନ୍ତ ଚିହ୍ନଟ । ଦୁଇ ମୃତ ।

ରାଜ୍ୟରେ ବେକାବୁ କୋରୋନା, 15 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ବେକାବୁ କୋରୋନା, 15 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

By

Published : Jul 16, 2020, 10:47 AM IST

Updated : Jul 16, 2020, 10:59 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଦିନକରେ 494 ନୂଆ ଆକ୍ରାନ୍ତ ଚିହ୍ନଟ । ଦୁଇ ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 322 କ୍ବାରେଣ୍ଟାଇନ ସେଣ୍ଟର ଓ ସ୍ଥାନୀୟ ଅଞ୍ଚଳରୁ 172 ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 15,392କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା 79ରେ ପହଞ୍ଚିଛି ।

ରାଜ୍ୟରେ ବେକାବୁ କୋରୋନା, 15 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

23 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 246, ଅନୁଗୋଳରୁ 1, ବାଲେଶ୍ବରରୁ 21, ଭଦ୍ରକରୁ 7, ବଲାଙ୍ଗୀରରୁ 3, ବୌଦ୍ଧରୁ 2, କଟକରୁ 38, ଜଗତସିଂହପୁରରୁ 1, ଯାଜପୁରରୁ 15, କଳାହାଣ୍ଡିରୁ 2, କେନ୍ଦ୍ରାପଡାରୁ 11, କେନ୍ଦୁଝରରୁ 10, ଖୋର୍ଦ୍ଧାରୁ 64, କୋରାପୁଟରୁ 4, ମାଲକାନଗିରିରୁ 4, ମୟୂରଭଞ୍ଜରୁ 14, ନବରଙ୍ଗପୁରରୁ 4, ନୟାଗଡରୁ 16, ନୂଆପଡାରୁ 9, ପୁରୀରୁ 7, ରାୟଗଡାରୁ 1, ସମ୍ବଲପୁରରୁ 4 ଓ ସୁନ୍ଦରଗଡରୁ 10 ରହିଛନ୍ତି ।

ରାଜ୍ୟରେ ବେକାବୁ କୋରୋନା, 15 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣଙ୍କ ବୟସ 51 ଓ ଅନ୍ୟଜଣଙ୍କ ବୟସ 34 ବୋଲି ଜଣାପଡିଛି । ତେବେ ଉଭୟ କୋରୋନା ବ୍ୟତୀତ ଅନ୍ୟରୋଗରେ ମଧ୍ୟ ପୀଡିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ 10476ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4813ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 16, 2020, 10:59 AM IST

ABOUT THE AUTHOR

...view details