ଓଡିଶା

odisha

ETV Bharat / city

ରାଜ୍ୟରେ ଆଉ 245 ଆକ୍ରାନ୍ତ ଚିହ୍ନଟ, 2 ମୃତ

ଆଜି ପୁଣି ରାଜ୍ୟରେ 245 ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Jun 29, 2020, 11:33 AM IST

ରାଜ୍ୟରେ ଆଉ 245 ଆକ୍ରାନ୍ତ ଚିହ୍ନଟ, 2 ମୃତ
ରାଜ୍ୟରେ ଆଉ 245 ଆକ୍ରାନ୍ତ ଚିହ୍ନଟ, 2 ମୃତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା । ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ 245 ଜଣ ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିରେ 214 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ 31 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 6859ରେ ପହଞ୍ଚିଛି । ସେପଟେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟରେ ଆଉ 245 ଆକ୍ରାନ୍ତ ଚିହ୍ନଟ, 2 ମୃତ

19 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ବରରୁ 2, ବରଗଡରୁ 10, ଭଦ୍ରକରୁ 2, କଟକରୁ 7,ଢେଙ୍କାନାଳରୁ 3, ଗଜପତିରୁ 7, ଗଞ୍ଜାମରୁ 96, ଜଗତସିଂହପୁରରୁ 9, ଯାଜପୁରରୁ 40, ଝାରସୁଗୁଡାରୁ 1, କେନ୍ଦ୍ରାପଡାରୁ 8, କେନ୍ଦୁଝରରୁ 7, ଖୋର୍ଦ୍ଧାରୁ 28, ମୟୂରଭଞ୍ଜରୁ 5, ନବରଙ୍ଗପୁରରୁ 7, ନୟାଗଡରୁ 3, ରାୟଗଡା ଓ ସୋନପୁରରୁ 1, ସୁନ୍ଦରଗଡରୁ 6 ଏବଂ ଏନଡିଆରଏଫରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟରେ 4743 ସୁସ୍ଥ ହୋଇଥିବାବେଳେ 23 ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ 2086ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details