ଓଡିଶା

odisha

ETV Bharat / city

ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ମାନସିକ ରୋଗ ବଢାଇଛି କୋରୋନା - ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

କୋରୋନା ସମୟରେ ଦୁଇ ଗୁଣା ବଢିଛି ମାନସିକ ରୋଗ । ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଅଧିକ ପଢନ୍ତୁ

ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ମାନସିକ ରୋଗ ବଢାଇଛି କୋରୋନା
ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ମାନସିକ ରୋଗ ବଢାଇଛି କୋରୋନା

By

Published : Jul 28, 2022, 12:51 PM IST

ଭୁବନେଶ୍ବର:କୋରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ ପରେ ସଟଡାଉନ ହୋଇଥିଲା । ଏହାରି ଭିତରେ ଅସ୍ତବ୍ୟସ୍ତ ହୋଇଗଲା ମଣିଷ ଜୀବନ । ସାମାଜିକ କାର୍ଯ୍ୟକ୍ରମ ଓ ମିଳାମିଶା ସବୁ ବନ୍ଦ । ଗୃହବନ୍ଦୀ ହୋଇ ରହିଲେ ସମସ୍ତେ । ଆଉ ଏହାର ପ୍ରଭାବରେ ମାନସିକ ଚିନ୍ତା ବଢ଼ିଲା । କିଏ ଜୀବିକା ହରାଇବା ଚିନ୍ତାରେ ତ ଆଉ କିଏ ପାଠ ପଢ଼ାଚିନ୍ତାରେ ରୋଗାଗ୍ରସ୍ତ ହେଲେ । କୋରୋନା ମହାମାରୀ କେବଳ ଲୋକଙ୍କୁ ସଂକ୍ରମିତ କରିନି ବରଂ ମାନସିକ ରୋଗ ମଧ୍ୟ ଦୁଇଗୁଣା ହୋଇଗଲା ।

ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ମାନସିକ ରୋଗ ବଢାଇଛି କୋରୋନା

ପ୍ରଥମ ଲହରରେ ସାରା ରାଜ୍ୟରେ ୫୭, ୬୨୪ ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ହୋଇଗଲେ । ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ''ଦ୍ଵିତୀୟ ଆଉ ତୃତୀୟ ଲହରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଲା । ରାଜ୍ୟରେ ୨୦୧୬-୧୭ ମସିହାରେ ୧୯, ୭୪୪ ଜଣ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ବହିର୍ବିଭାଗରେ ୧୯, ୩୭୫ ଚିକିତ୍ସିତ ହୋଇଥିବା ବେଳେ ଅନ୍ତର୍ବିଭାଗ (ଆଇପିଡି)ରେ ୩୬୯ ଜଣ ଚିକିତ୍ସିତ ହେଉଥିଲେ ।

ମହାମାରୀ ଯୋଗୁଁ ମାନସିକ ରୋଗୀ ସଂଖ୍ୟା ଅଢ଼େଇ ଗୁଣା ବଢ଼ିଗଲା । ୨୦୨୦-୨୧ର ପ୍ରଥମ ଓ ଦ୍ଵିତୀୟ ଲହରରେ ରାଜ୍ୟରେ ୫୮, ୬୨୮ ଜଣ ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ହେଲେ । ଏମାନଙ୍କ ମଧ୍ୟରୁ ବହିର୍ବିଭାଗରେ ୫୭, ୬୨୪ ଜଣ ଚିକିତ୍ସିତ ହୋଇଥିଲେ । ଆଉ ଅନ୍ତର୍ବିଭାଗରେ ୧୦୦୪ ଜଣ ଚିକିତ୍ସିତ ହେଉଥିଲେ । ଏହାବାଦ୍ ସେହି ବର୍ଷ ୪୪,୩୪୯ ଜଣ ପୁଣି ଚିକିତ୍ସିତ ହୋଇଥିଲେ ।

ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ମାନସିକ ରୋଗ ବଢାଇଛି କୋରୋନା

ସେହିପରି ୨୦୨୧-୨୨ ବେଳକୁ ଏ ସଂଖ୍ୟା ସାମାନ୍ୟ କମିଥିଲା । ଗତବର୍ଷ ୫୩ ହଜାର ୪୦୧ ଜଣ ବହିର୍ବିଭାଗରେ ଚିକିତ୍ସିତ ହୋଇଥିବାବେଳେ ୬୩୪ ଜଣ ଅନ୍ତର୍ବିଭାଗରେ ଚିକିତ୍ସିତ ହୋଇଥିଲେ । ଆଉ ୪୫, ୩୩୨ ଜଣଙ୍କର ଗୋଟିଏ ଥରରେ ଭଲ ହୋଇନଥିଲା । ସେମାନେ ପୁନର୍ବାର ଚିକିତ୍ସା କରିଥିଲେ ।''

ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ମାନସିକ ରୋଗ ବଢାଇଛି କୋରୋନା
  • ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ମାନସିକ ରୋଗୀ ବଢ଼ିଛନ୍ତି । ୨୦୧୬-୧୭ରେ ଏଠାରେ ୪୪୩ ଜଣ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୨୦୨୦-୨୧ ବେଳକୁ ରୋଗୀ ସଂଖ୍ୟା ୮,୬୮୬ ଛୁଇଁଛି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟରେ କୋରୋନା ସମୟରେ ୨୦୧୬ ଅପେକ୍ଷା ୫ ଗୁଣା ରୋଗୀ ବଢ଼ିଛନ୍ତି । ୨୦୧୬ରେ ୧୧୬୭ ଜଣ ଥିବାବେଳେ ୨୦୨୧ ବେଳକୁ ୬୨୧୩ ଜଣ ମାନସିକ ରୋଗରେ ପଡ଼ିଛନ୍ତି ।
  • ବାଲେଶ୍ବରରେ ୨୦୧୬ରେ ୪୯୧ ମାନସିକ ରୋଗୀ ଥିବାବେଳେ ୨୦୨୧ ବେଳକୁ ରୋଗୀ ସଂଖ୍ୟା ୪୧୩୮ ବୃଦ୍ଧିପାଇଛି । ଏହାବାଦ୍ ୨୦୨୦ରେ ଖୋର୍ଦ୍ଧାରେ ୧୯୯୦, ପୁରୀରେ ୨୧୬୦, ରାୟଗଡ଼ାରେ ୧୭୪୫, ଗଞ୍ଜାମରେ ୩୪୫୭ ଜଣ ମାନସିକ ରୋଗରେ ପଡ଼ିଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ''ଦେଶର ପୂର୍ବାଞ୍ଚଳରେ ମାନସିକ ରୋଗୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ଵାରା ବେଙ୍ଗାଲୁରୁରେ ନିମହାନ୍ସ ଚିକିତ୍ସା କେନ୍ଦ୍ର ରହିଛି । ଏହିଭଳି ଆମ ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁତତ୍ତ୍ବ ବିଜ୍ଞାନ ଉପରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କ ବାରମ୍ବାର ଦାବି କରାଯାଉଛି ।

"ଗତ ସେପ୍ଟେମ୍ବର ୪ ତାରିଖରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦୁପରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲ୍‌ରେ କେନ୍ଦ୍ର ସରକାରଙ୍କ ପିଏସ୍ଏସ୍ଏସ୍ଇରେ ନିମହାନ୍ସ ମାନସିକ ରୋଗ ଚିକିତ୍ସାଳୟର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । କିନ୍ତୁ ଏହି ପ୍ରସ୍ତାବ ବର୍ତ୍ତମାନ କୌଣସି କେନ୍ଦ୍ରୀୟ ଯୋଜନାରେ ଯାଉନାହିଁ, ଏହାର ବିଚାର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details