ଓଡିଶା

odisha

ETV Bharat / city

ସଚେତନତା ଓ କୋଭିଡ ନିୟମ ମାନିଲେ ତୃତୀୟ ଲହରକୁ ହରାଇପାରିବା: DMET - Covid third wave

ଦେଶରେ କୋଭିଡ ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ତୄତୀୟ ଲହର ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ତେବେ ମାସ୍କ ପରିଧାନ, ସାନିଟାଇଜରର ବ୍ୟବହାର ଓ ସାମାଜିକ ନିୟମକୁ କଡାକଡି କରିବା ନେଇ ସୂଚନା ଦେଲେ DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ସଚେତନତା ଓ କୋଭିଡ ନିୟମ ମାନିଲେ ତୃତୀୟ ଲହରକୁ ହରାଇପାରିବା: DMET
ସଚେତନତା ଓ କୋଭିଡ ନିୟମ ମାନିଲେ ତୃତୀୟ ଲହରକୁ ହରାଇପାରିବା: DMET

By

Published : Aug 18, 2021, 4:08 PM IST

ଭୁବନେଶ୍ବର: ଦେଶରେ ତୃତୀୟ ଲହର ପୂର୍ବରୁ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ନେଇ ପ୍ରତିକ୍ରିୟା ରଖିଛନ୍ତି DMET ନିର୍ଦ୍ଦେଶକ । ତେବେ ଦେଶରେ ଏବେ କୋଭିଡ ସଂକ୍ରମଣର ଗ୍ରାଫ୍ ଧିରେ ଧିରେ ଖସିବାରେ ଲାଗିଛି । ଆଉ ରାଜ୍ୟରେ ସଂକ୍ରମଣ ହାର ହ୍ରାସ 1ହଜାର ତଳକୁ ରହିଛି । ସେ କହିଛନ୍ତି କି ଆମର କୋଭିଡ ସ୍ଥିତିରେ କିଛି ମାତ୍ରାରେ ଉନ୍ନତି ହୋଇଛି । ହେଲେ ଦ୍ଵିତୀୟ ଲହର ସମ୍ପୂର୍ଣ୍ଣ ସରିନି । ଦୈନିକ ସଂକ୍ରମଣ 700ରୁ 800 ଭିତରେ ରହୁଛି । ସେ ଦୃଷ୍ଟିରୁ ଆମେ ଟିକେ ଆଶ୍ବସ୍ତ । କିନ୍ତୁ ଆଶ୍ବସ୍ତିକର ଖବର ହେଉଛି, ସମ୍ଭାବ୍ୟ ତୃତୀୟ ଲହର । ଏହା ଆସିବା ନେଇ ମଧ୍ୟ ଅନେକ ଆକଳନ କରିଛନ୍ତି ।

ସଚେତନତା ଓ କୋଭିଡ ନିୟମ ମାନିଲେ ତୃତୀୟ ଲହରକୁ ହରାଇପାରିବା: DMET

ତେଣୁ ଏହାର ମୁକାବିଲା କିଭଳି କରାଯାଇ ପାରିବ ସେନେଇ ଲୋକେ ପ୍ରଥମତଃ ସଚେତନ ହେବାର ଆବଶ୍ୟକତା ରହିଛି । ରାଜ୍ୟର ବିଭିନ୍ନ ସରକାରୀ ତଥା ବେସରକାରୀ ହସ୍ପିଟାଲ ଗୁଡିକରେ ସରକାର ବେଡ଼ ସଂଖ୍ୟା ବଢାଇଛନ୍ତି, ବର୍ତ୍ତମାନ ଟୀକାକରଣ ସମସ୍ତ ଜିଲ୍ଲାମାନଙ୍କରେ ଚାଲୁ ରହିଛି ।

ତେବେ ସେ ଦୃଷ୍ଟିରୁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏବେ ଲୋକମାନେ କୋଭିଡ ନିୟମ ପାଳନ କଲେ ସଂକ୍ରମଣ କମିବ । ତେଣୁ ସଭିଏଁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି ସ୍ଥାନକୁ ଯିବାକୁ ବାରଣ କରିବା, ତାହେଲେ ସମ୍ଭାବ୍ୟ ତୃତୀୟ ଲହରକୁ ରୋକିପାରିବ ବେଲି DMET କହିଛନ୍ତି ।

ସେପଟେ ଶିଶୁଙ୍କ ସଂକ୍ରମଣ ରୋକିବାକୁ ଅଭିବାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସତର୍କ ରହିବାକୁ ପଡ଼ିବ । କାରଣ ସେମାନେ ସଂକ୍ରମିତ ହେଲେ ଶିଶୁ ଆକ୍ରାନ୍ତ ହେବେ । ଅଭିବାବକ, ପାଖ ପଡ଼ୋଶୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯତ୍ନଶୀଳ ହେଲେ ଶିଶୁ ସୁରକ୍ଷିତ ରହିବେ । ତେବେ ଶିଶୁମାନଙ୍କ ଠାରେ ସିଭିଅରିଟି କମ ରହୁଛି । ଅନେକ ଲକ୍ଷଣହୀନ ରହୁଛନ୍ତି ।

ଶିଶୁମାନଙ୍କ ଠାରେ ଏସି ରିସେପ୍ଟର, ଯେଉଁବାଟେ ଭାଇରସ ପ୍ରବେଶ କରେ, ତାହାର ସଂଖ୍ୟା କମ । ତେଣୁ ସଂକ୍ରମଣ ଆଶା କମ, କିନ୍ତୁ ଶୂନ ବୋଲି ଆଶା କରାଯାଇ ପାରିବନାହିଁ । ତେବେ ସେରୋ ସର୍ଭେ ରିପୋର୍ଟ କହୁଛି, ପିଲାମାନେ ବି ସଂକ୍ରମିତ ହେଉଛନ୍ତି । ତାଙ୍କ ଶରୀର ମଧ୍ୟ ଭିତରକୁ ବି ଭୂତାଣୁ ଯାଉଛି । ସେମାନଙ୍କର ବି ଆଣ୍ଟିବଡି ସୃଷ୍ଟି ହେଉଥିବା ନେଇ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details