ଓଡିଶା

odisha

ରାଜ୍ୟରେ ବଢୁଛି କୋରୋନା, 24 ଘଣ୍ଟାରେ 4242 ଆକ୍ରାନ୍ତ ଚିହ୍ନଟ

By

Published : Sep 21, 2020, 11:38 AM IST

ରାଜ୍ୟରେ କୋରୋନା କାୟା। ହୁ ହୁ ମାଡିଚାଲିଛି ଅଦୃଶ୍ୟ ଭାଇରସ। ପ୍ରକୋପ ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4242 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟରେ ବଢୁଛି କୋରୋନା, 24 ଘଣ୍ଟାରେ 4242 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ବଢୁଛି କୋରୋନା, 24 ଘଣ୍ଟାରେ 4242 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା। ହୁ ହୁ ମାଡିଚାଲିଛି ଅଦୃଶ୍ୟ ଭାଇରସ। ପ୍ରକୋପ ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4242 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ 2503 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରିଥିବା ବେଳେ ସ୍ଥାନୀୟ ସଂକ୍ରମଣ 1739 ବୋଲି ଜଣାପଡିଛି।

ରାଜ୍ୟରେ ବଢୁଛି କୋରୋନା, 24 ଘଣ୍ଟାରେ 4242 ଆକ୍ରାନ୍ତ ଚିହ୍ନଟ

ସେହିପରି ଆଜି ମଧ୍ୟ ବିଭିନ୍ନ ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ କରାଯାଇଛି, ସେଥିମଧ୍ୟରେ ଅନୁଗୋଳରେ 130,ବାଲେଶ୍ବରରୁ 155, ବରଗଡରୁ 114, ଭଦ୍ରକରୁ 114, ବଲାଙ୍ଗୀର 68,ବୌଦ୍ଧ 45,କଟକ 595,ଦେବଗଡ 10,ଢେଙ୍କାନାଳ 71, ଗଜପତି 27, ଗଞ୍ଜାମ 57, ଜଗତସିଂହପୁର 176, ଯାଜପୁର 131,ଝାରସୁଗୁଡା 205, କଳାହାଣ୍ଡି 40 ରହିଛି।

ରାଜ୍ୟରେ ବଢୁଛି କୋରୋନା, 24 ଘଣ୍ଟାରେ 4242 ଆକ୍ରାନ୍ତ ଚିହ୍ନଟ

ସେହିପରି କେନ୍ଦ୍ରାପଡା 155, କେନ୍ଦୁଝର 62, ଖୋର୍ଦ୍ଧା 652, କୋରାପୁଟ 90, ମାଲକାନଗିରି 69, ମୟୂରଭଞ୍ଜ 171, ନବରଙ୍ଗପୁର 54, ନୟାଗଡ 53, ନୂଆପଡା 58, ପୁରୀ 182, ରାୟଗଡା 134, ସମ୍ବଲପୁର 113, ସୋନପୁର 19, ସୁନ୍ଦରଗଡ 133 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବଢୁଛି କୋରୋନା, 24 ଘଣ୍ଟାରେ 4242 ଆକ୍ରାନ୍ତ ଚିହ୍ନଟ

ସମାନ ସମୟରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା 4018 ରହିଛି। ଏବେ ସୁଦ୍ଧା 2814734 ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ସର୍ବମୋଟ 184122 ମାମଲା ରହିଥିବା ବେଳେ 145675 ସୁସ୍ଥ ହୋଇଛନ୍ତି ଓ 37684 ସକ୍ରିୟ ମାମଲା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details