ଓଡିଶା

odisha

By

Published : Aug 8, 2020, 9:30 PM IST

ETV Bharat / city

ଖୋର୍ଦ୍ଧା ଜିଲ୍ଲାର 80 ଭାଗ ଗାଁରେ ନାହିଁ ସଂକ୍ରମଣ

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢୁଥିଲେ ସୁଦ୍ଧା 80 ଭାଗ ଗାଁରେ ସଂକ୍ରମଣର ଭୟ ନାହିଁ । 4ଟି ବ୍ଲକ ଉପରେ ଜିଲ୍ଲା ପ୍ରଶାସନର ନଜର ରହିଛି ।

corona pressmeet in bhubaneswar
ଖୋର୍ଦ୍ଧା ଜିଲ୍ଲାରେ 80 ଭାଗ ଗାଁ ରେ ନାହିଁ ସଂକ୍ରମଣ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ 3ଟି କୋଭିଡ ସେଣ୍ଟର କାର୍ଯ୍ୟ କରୁଛି । ପରିସ୍ଥିତିକୁ ଦେଖି ଘରୋଇ କ୍ଲିନିକ ହସ୍ପିଟାଲ ଗୁଡିକରେ କୋଭିଡ କେୟାର ଖୋଲାଯିବ । ତେବେ ଆଗାମୀ ଦିନରେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ଏବେ ଜିଲ୍ଲାରେ 80 ଭାଗ ଗାଁରେ ସଂକ୍ରମଣ ଦେଖାଯାଇନାହିଁ । 1358 ଗାଁ ମଧ୍ୟରୁ 276 ଗାଁ ରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 27ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ 80 ଭାଗ ଗାଁ ରେ ନାହିଁ ସଂକ୍ରମଣ

କୋଭିଡର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ରହିଛି । 2 ଲକ୍ଷ 71 ହଜାର ପରିବାରକୁ 2 ଥର ଲେଖାଏଁ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି । ତୃତୀୟ ଥର ଲାଗି ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ କୋଭିଡ ଆକ୍ରାନ୍ତ 1701 ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 901ଜଣ ସକ୍ରିୟ ଓ 784 ଜଣ ସୁସ୍ଥ ରହିଥିବାବେଳେ 16 ଜଣଙ୍କର ମୃତ୍ୟୁ ଘଟିଛି ।

ଖୋର୍ଦ୍ଧା ଜିଲ୍ଲାରେ 4ଟି ବ୍ଲକରେ କୋରୋନାର ପ୍ରଭାବ ରହିଛି । ଟାଙ୍ଗି ବ୍ଲକ, ବାଣପୁର ବ୍ଲକ, ବୋଲଗଡ଼ ବ୍ଲକ ଓ ବେଗୁନିଆ ବ୍ଲକରେ ଅଧିକ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାକୁ 17405 ପ୍ରବାସୀ ଓଡ଼ିଆ ଫେରିଛନ୍ତି । କୋଭିଡ ଯୋଦ୍ଧା 76 ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 33 ଜଣ ବିଭିନ୍ନ କୋଭିଡ କେୟାରରେ ଚିକିତ୍ସା ହେଉଛନ୍ତି ଓ ବାକି ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ 250 ଜଣ ଏଏନଏମଙ୍କୁ ନିଯୁକ୍ତି ଦିଆଯାଇଛି । ସମସ୍ତ ପ୍ରକାରର ସରକାରୀ ପଦକ୍ଷେପ ନିଆଯାଉଛି । ଫଳରେ ସାମାଜିକ ଦୂରତା ମାସ୍କ ପିନ୍ଧିବା ପରି ସାଧାରଣ ଲୋକ ଯେପରି ନିୟମକୁ ମାନିବେ, ସେ ନେଇ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details