ଭୁବନେଶ୍ବର: ଜଣେ କୋରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବରେ ଏମ୍ସକୁ ଅଣାଯାଇଥିଲା । ଯାହାକୁ ନେଇ ଦେଖିବାକୁ ମିଳିଛି ଭୟ । ତେବେ ଏଥିପାଇଁ ଭୟ ନକରିବାକୁ ଏମ୍ସ ନିର୍ଦ୍ଦେଶିକା ଆଶ୍ବାସନା ଦେଇଛନ୍ତି । କୋରୋନା ରୋଗୀ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡରେ ରହିଥିବା ବେଳେ ସେମାନଙ୍କୁ ସ୍ବତନ୍ତ୍ର ଡାକ୍ତର ଓ ନର୍ସ ମାନେ ସେବା ଯୋଗାଇ ଦେଉଛନ୍ତି । ତେଣୁ ଏହାକୁ ନେଇ ବିପଦ ଆଶଙ୍କା କରିବା ନାହିଁ ଉଚିତ ନୁହେଁ, ଏହା ଗୁଜବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାଟମାନବାନେ କହିଛନ୍ତି, ଏଥିରେ କୌଣସି ଭୟ କରିବା ଆବଶ୍ୟକ ନାହିଁ । କରୋନା ମୁକାବିଲା ପାଇଁ ଏମ୍ସରେ ଆଇସୋଲେସନ ୱାର୍ଡ ରହିଛି । ଯେଉଁଥିରେ 19 ବର୍ଷୀୟ ଯୁବକ ଜଣଙ୍କ ଆଡମିଟ ହୋଇଛନ୍ତି । ଏହି ୱାର୍ଡକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଛଡା ଅନ୍ୟ କୌଣସି ଡାକ୍ତର ନ ଯିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଉକ୍ତ ଯୁବକଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରାଯିବା ସହ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି । ଯୁବକଙ୍କୁ ଗାଉଡଲାଇନ ଆଧାରରେ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସେ କହିଛନ୍ତି ।