ଓଡିଶା

odisha

ETV Bharat / city

ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଉଛି: ବିଏମସି କମିଶନର - ସିଏମସି କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବରରେ ଗତ 10 ଦିନ ହେବ ଲଗାତାର ଭାବେ କୋରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ଯଦି ସ୍କୁଲ୍ ଖୋଲେ ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ । ଏନେଇ ବିଏମସି କମିଶନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବିଏମସି କମିଶନର
ବିଏମସି କମିଶନର

By

Published : Oct 28, 2020, 7:22 PM IST

Updated : Oct 28, 2020, 7:55 PM IST

ଭୁବନେଶ୍ବର: ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ଆଶ୍ବସ୍ଥି । କିଛିଦିନ ହେବ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ହେଲେ ଗତ 10 ଦିନହେବ ସଂକ୍ରମଣ କମିଥିବାରୁ ରାଜଧାନୀବାସୀନ୍ଦୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ଥି ମିଳିଛି ।

ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଉଛି

ଗତ 10 ଦିନ ହେବ ଭୁବନେଶ୍ବରରେ ସଂକ୍ରମଣଙ୍କ ସଂଖ୍ୟା କମିଛି । ଦିନକୁ 9ଟି ସ୍ଥାନରେ କ୍ୟାମ୍ପ କରାଯାଇ 3 ହଜାର କୋରୋନା ଟେଷ୍ଟ କରାଯାଉଛି । ଏନେଇ ଆଜି(ବୁଧବାର) ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ଆବଶ୍ୟକୀୟ ହସ୍ପିଟାଲ ଓ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ପ୍ରଯ୍ୟାପ୍ତ ପରିମାଣର ନର୍ମାଲ ଓ ଆଇସିୟୁ ବେଡ୍ ମଧ୍ୟ ରହିଛି ବୋଲି ବିଏମସି କମିଶନର କହିଛନ୍ତି ।

ଏଥିସହ ଗୃହ ସଙ୍ଗରୋଧରେ 75 ପ୍ରତିଶତ ତଥା 1500 ରୁ 1600 ଲୋକ ରହିଛନ୍ତି । ସେହିପରି କୋରୋନା ରୋଗୀଙ୍କ ପାଇଁ ଭୁବନେଶ୍ବରରେ 18ଟି ଘରୋଇ ଏବଂ 7ଟି ସରକାରୀ ଡାକ୍ତରଖାନା ରହିଛି । ଅନୟପଟେ ଯଦି ଭୁବନେଶ୍ବରରେ ସ୍କୁଲ ଖୋଲେ ତେବେ ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି ।

ଏଯାବତ ରାଜଧାନୀ ରେ 1433 ଲୋକଙ୍କୁ ଫାଭିପୀରାଭିର ଦିଆଯାଇଛି। ତୃତୀୟ ପର୍ଯାୟ ସିରୋ ସର୍ଭେ ଶେଷ ହୋଇ ଥିବାବେଳେ ଦିନେ ଦୁଇଦିନ ମଧ୍ୟରେ ରିପୋର୍ଟ ଆସିବ। ଡେଥ୍ ଅଡିଟି ପାଇଁ ୩ ଜଣ ଅତିରିକ୍ତ କମିଶନେରଙ୍କ ନେତୃତ୍ବରେ ୩ଟି ଟିମ୍ ଗଠନ ହୋଇଥିବା ବେଳେ ସବୁଦିନ ଅଡିଟ କରି ସରକାରଙ୍କୁ ସୂଚନା ଦିଆଯାଉଥିବା ବିଏମସି କମିଶନର କହିଛନ୍ତି ।

ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Last Updated : Oct 28, 2020, 7:55 PM IST

ABOUT THE AUTHOR

...view details