ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଉଛି କୋରୋନା ଚେନ୍ । ଭାଇରସର ପ୍ରକୋପ କମୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଶୁକ୍ରବର 30 ଟି ଜିଲ୍ଲାରେ 757 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏପଟେ ରାଜ୍ୟରେ 3 ଲକ୍ଷ ଛୁଇଁଛି ସଂକ୍ରମଣ। ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 436 ଚିହ୍ନଟ ହୋଇଥିବା ବେଳେ 321 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସେହିପରି ଅନୁଗୋଳରେ 75, ବାଲେଶ୍ୱରରେ 34, ବରଗଡରେ 12, ଭଦ୍ରକ ରେ 19, ବଲାଙ୍ଗୀରରେ 35, କଟକରେ 67, ଢେଙ୍କାନାଳରେ 9, ଗଞ୍ଜାମରେ 13, ଗଜପତିରେ 1, ଦେଓଗଡରେ 1, ଜଗତସିଂହପୁର ରେ 42, ଯାଜପୁରରେ 27, ଝାରସୁଗୁଡ଼ାରୁ 25, କଳାହାଣ୍ଡି ରେ 37, କନ୍ଧମାଳ ରେ 4, କେନ୍ଦ୍ରାପଡାରୁ 29 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।