ଭୁବନେଶ୍ବର:ଦୀର୍ଘ ମାସ ପରେ ରାଜ୍ୟ ଦିନକୁ ଦିନ କମୁଛି କୋରୋନା ସଂକ୍ରମଣ । ସୋମବାର ରାଜ୍ୟରେ 72 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 11ଜଣ ସଂକ୍ରମିତ ହୋଇଛନ୍ତି।
ଦିନକୁ ପ୍ରାୟ 1500ରୁ 200ହଜାର କୋରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ । ହେଲେ ଏହି କିଛି ଦିନ ହେବ ସଂକ୍ରମଣରେ ହ୍ରାସ ଘଟିଛି। ତେବେ ସୋମବାର ସମୁଦାୟ 72 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 44ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 28ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।
ଆଜିର ସଂକ୍ରମଣଙ୍କ ମଧ୍ୟରୁ ଅନୁଗୋଳରୁ2ଜଣ,ବାଲେଶ୍ବରରୁ6ଜଣ,ବରଗଡରୁ 6ଜଣ,ଭଦ୍ରକରୁ1,ବଲାଙ୍ଗୀରରୁ 2ଜଣ,କଟକରୁ 4ଜଣ,ଦେବଗଡରୁ2ଜଣ,ଢେଙ୍କାନାଳରୁ ଜଣେ, ଜଗତସିଂହପୁରରୁ 1,ଯାଜପୁରରୁ 3ଜଣ,ଝାରସୁଗୁଡାରୁ 6 ଜଣ,ଖୋର୍ଦ୍ଧାରୁ 4 ଜଣ,ମୟୂରଭଞ୍ଜରୁ 7ଜଣ,ନୂଆପଡାରୁ 2ଜଣ,ପୁରୀରୁ 8ଜଣ, ରାୟଗଡାରୁ 2ଜଣ,ସମ୍ବଲପୁରରୁ 2ଜଣ, ସୋନପୁରରୁ 1,ସୁନ୍ଦରଗଡରୁ11ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୋଲରୁ ଜଣେ ସଂକ୍ରମିତ ହୋଇଛନ୍ତି।
ତେବେ ରାଜ୍ୟରେ ମୋଟ 3 ଲକ୍ଷ 35 ହଜାର 629ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 32ହଜାର 948ଜଣ । ଏବେ ଯାଏଁ ରାଜ୍ୟରେ 781ଟି ସକ୍ରିୟ ମାମଲା ରହିଛି। ଏବେ ସୁଦ୍ଧା ରାଜ୍ୟରେ ମୋଟ 7884898 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ