ଓଡିଶା

odisha

By

Published : Sep 30, 2020, 9:13 AM IST

ETV Bharat / city

ରାଜଧାନୀରେ କମୁଛି ସଂକ୍ରମଣ ହାର, ଉଦାହରଣ ପାଲଟିଛନ୍ତି ବସ୍ତି କମିଟି

ଭୁବନେଶ୍ବରରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବସ୍ତି ଥିବାବେଳେ ବସ୍ତିରେ କୋଭିଡ ସଂକ୍ରମଣ ହାର କମ୍‌ ରହିଛି । ଆଉ ଏଥିରେ ବିଭିନ୍ନ ବସ୍ତି କମିଟିର ଅନେକ ଭୂମିକା ରହିଛି । କୋରୋନା ସଂକ୍ରମଣ ରୋକିବାରେ ଗୋଷ୍ଠୀ ସହଭାଗିତା ଦେଖିବାକୁ ମିଳିଛି ।

ରାଜଧାନୀରେ କମୁଛି ସଂକ୍ରମଣ, ଉଦାହରଣ ପାଲଟିଛନ୍ତି  ବସ୍ତି କମିଟି
ରାଜଧାନୀରେ କମୁଛି ସଂକ୍ରମଣ, ଉଦାହରଣ ପାଲଟିଛନ୍ତି ବସ୍ତି କମିଟି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋଭିଡ ପ୍ରତିରୋଧରେ ସହାୟକ ସକ୍ରିୟ ସହଭାଗୀତା । କୋରୋନା ମହାମାରୀ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ସଂକ୍ରମଣରେ ସ୍ବତନ୍ତ୍ର ଚିକିତ୍ସା ନଥିବା ବେଳେ ଏହି ରୋଗର ପ୍ରତିରୋଧ କରିବା ପାଇଁ ଉଦାହରଣ ପାଲଟିଛନ୍ତି ବିଭିନ୍ନ ବସ୍ତି କମିଟି ।

ଭୁବନେଶ୍ବର ଉତ୍ତର ଜୋନରେ ଥିବା ୧୧୦ଟି ସ୍ଲମ କମିଟି ଏବଂ ଭିଲେଜ କମିଟି କୋଭିଡ ୧୯ ପ୍ରତିରୋଧ ଜନିତ କ୍ରିୟାଶୀଳତାରେ ପ୍ରଶଂସିତ ହୋଇଛନ୍ତି। ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଭୁବନେଶ୍ବରରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବସ୍ତି ଥିବାବେଳେ ବସ୍ତିରେ କୋଭିଡ ସଂକ୍ରମଣ ହାର କମ ରହିଛି।

ଗତ ୨ ମାସ ହେବ ବସ୍ତି ଅଞ୍ଚଳରେ ନିୟମିତ ସଚେତନତା, ସଭା, ଗୃହ ପରିଦର୍ଶନ, ସଫେଇ ଏବଂ ପ୍ରତିରୋଧ ଉପାୟର ଅଭ୍ୟାସକୁ ଆପଣେଇବା ପାଇଁ ସ୍ଲମ ଏବଂ ଭିଲେଜ କମିଟି ଗୁଡିକ ଅହରହ ଉଦ୍ୟମ ଜାରି ରଖିଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ୪୦୦ ବସ୍ତିରେ ସଂକ୍ରମଣର ସଂଖ୍ୟା ୫୯୪ ରହିଛି । କେବଳ ସରକାରୀ କାର୍ଯ୍ୟ ନୁହେଁ, ନାଗରିକ ମାନଙ୍କର ଭାଗୀଦାର ହେଉଛି କୋରୋନା ପ୍ରତିରୋଧର ପ୍ରକୃତ ବଳ । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉତ୍ତର ଜୋନ ସ୍ଲମ ଏବଂ ଭିଲେଜ କମିଟି ଉଦ୍ୟମ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ ଉତ୍ତର ଜୋନରେ ୨୧ ଟି ୱାର୍ଡ ରେ ୧୧୦ ଟି ସ୍ଲମ ଓ ଭିଲେଜ କମିଟି ରହିଛି । ଭିଲେଜ କମିଟିକୁ ୫,୦୦୦ ଟଙ୍କା ଲେଖାଏଁ କୋଭିଡ ସଚେତନତା ଅନୁଦାନ ଦିଆଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details