କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଲାମ କମିଟି ଗଠନ କରିଛନ୍ତି । ଏହି କମିଟିରେ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ମୁଖ୍ୟ ଥିବାବେଳେ ଅନ୍ୟ 6 ଜଣ ସାମିଲ ଅଛନ୍ତି । ଏହି କମିଟି ସବୁ ପ୍ରକାର ସ୍ଥିତି ଉପରେ ନଜର ରଖିବ ବୋଲି କୁହାଯାଇଛି ।
କୋରୋନା ମୁକାବିଲା ଲାଗି ସଲାମ କମିଟି ଗଠିତ
18:44 April 01
କୋରୋନା ମୁକାବିଲା ଲାଗି ସଲାମ କମିଟି ଗଠିତ
18:41 April 01
18ରେ ଦୁବାଇରୁ କୋଲକାତା ଆସିଥିଲେ ରାଜ୍ୟର ଚତୁର୍ଥ ଆକ୍ରାନ୍ତ
ରାଜ୍ୟର ଚତୁର୍ଥ ଆକ୍ରାନ୍ତ 18 ତାରିଖରେ ଦୁବାଇରୁ କୋଲକାତା ବିମାନରେ ଆସିଥିଲେ । ବିମାନବନ୍ଦରରୁ ଟ୍ୟାକ୍ସିରେ ଏକୁଟିଆ ହାୱଡା ଆସିଥିଲେ । ପରେ ଇଷ୍ଟକୋଷ୍ଟ ଏକ୍ସପ୍ରେସ କୋଚ୍ ନମ୍ବର S-11ରେ ଭଦ୍ରକ ଆସିଥିଲେ । ଭଦ୍ରକ ରେଳ ଷ୍ଟେସନରୁ ଘରକୁ ଅଟୋ ଭଡା କରି ଯାଇଥିଲେ । ମାର୍ଚ 30ରେ ରକ୍ତନମୂନା ସଂଗ୍ରହ ହୋଇଥିବାବେଳେ ମାର୍ଚ୍ଚ 31ରେ ପଜେଟିଭି ରିପୋର୍ଟ ଆସିଥିଲା ।
18:34 April 01
ରାଜ୍ୟରେ ମୋଟ 610ଟି ରକ୍ତନମୂନା ପରୀକ୍ଷା, 4 ଆକ୍ରାନ୍ତ
ଓଡିଶାରେ ମୋଟ 610ଟି ରକ୍ତନମୂନା ହୋଇଛି ପରୀକ୍ଷା । ସେଥିମଧ୍ୟରୁ ଆକ୍ରାନ୍ତ ହୋଇଛନ୍ତି 4 ଜଣ। ସୂଚନା ଦେଲେ ଆଇଇସି ମୁଖ୍ୟ ସୁବ୍ରତ ବାଗ୍ଚୀ ।
15:23 April 01
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
କୋରୋନା ମୁକାବିଲା ଲାଗି ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ଆଲୋଚନା । ସାମ୍ପ୍ରତିକ ପରିସ୍ଥିତି ଉପରେ ମତ ରଖିବେ ମୁଖ୍ୟମନ୍ତ୍ରୀ ।
11:18 April 01
କୋରୋନା ଲକ୍ଡାଉନ୍: କେନ୍ଦୁଝରରେ ସଙ୍ଗରୋଧରେ ରହିଲେ ବିହାର ଶ୍ରମିକ
କେନ୍ଦୁଝର: ଲକ୍ଡାଉନ୍ ଲାଗି ସବୁ ରାଜ୍ୟର ସୀମା ସିଲ୍ ହୋଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡି ରାଜ୍ୟ ବାହାରୁ ଆସୁଥିବା କୌଣସି ଗାଡିକୁ ଛଡାଯାଉନାହିଁ । ଯେଉଁଥିଲାଗି କେନ୍ଦୁଝରରେ ଅଟକ ରହିଛନ୍ତି ବିହାରର 22 ଶ୍ରମିକ । ସେମାନେ ବିଶାଖାପାଟଣାରୁ ବିହାର ଯାଉଥିବାବେଳେ ସେମାନଙ୍କୁ କେନ୍ଦୁଝରରେ ଅଟକ ରଖାଯାଇଛି । ଗୋଟିଏ ଟ୍ରକରେ 20 ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ କେନ୍ଦୁଝର ଢିଙ୍କିକୋଟ ଠାରେ ସ୍ଥାନୀୟ ପ୍ରଶାସନ ଗାଡିକୁ ଅଟକ ରଖିବା ସହ ଶ୍ରମିକଙ୍କୁ ସଙ୍ଗରୋଧ ଗୃହରେ ରଖିଛି ।
10:59 April 01
ଲକ୍ଡାଉନ୍ରେ ‘ଲର୍ଣ୍ଣ ଉଇଥ ଫନ’
କୋରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ଡାଉନ୍ରେ ଥିବାବେଳେ ଡିଜିଟାଲ ଶିକ୍ଷା ଏକମାତ୍ର ମାଧ୍ୟମ ସାଜିଛି । ଲକ୍ଡାଉନ୍ ବେଳେ ଘରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏମିତି ଶିକ୍ଷା ବେଶ ସହାୟକ ହେଉଛି । ଏମିତି ଡିଜିଟାଲ ଶିକ୍ଷା ଆରମ୍ଭ କରି ବାଲେଶ୍ବରର ନାଚ ନୃତ୍ୟ ଅନୁଷ୍ଠାନ ପକ୍ଷରୁ 21 ଦିନିଆ ଅନଲାଇନ ଲକ୍ ଡାଉନ୍ କ୍ୟାମ୍ପ ଆରମ୍ଭ ହୋଇଛି । ଯାହାର ନାମ ରଖାଯାଇଛି ଲର୍ଣ୍ଣ ଉଇଥ ଫନ ।
10:48 April 01
ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ରୁକୁଣା ରଥଯାତ୍ରା ଶେଷ ମୁହୂର୍ତ୍ତରେ ବାତିଲ ହେବାରୁ ଲିଙ୍ଗରାଜ ମନ୍ଦିର ସେବାୟତ ମାନେ ପ୍ରଭୁଙ୍କ ନୀତିକାନ୍ତି ଓ ପୂଜା ବିଧିରେ ଅସହଯୋଗ କରିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ।
10:26 April 01
ଉତ୍କଳ ଦିବସ, ଟ୍ବିଟ୍ରେ ଶୁଭେଚ୍ଛା
ଆଜି ଉତ୍କଳ ଦିବସ । କୋରୋନା ଲକ୍ଡାଉନ୍ ଲାଗି ନିରାଡମ୍ବରରେ ପାଳିତ ହେଉଛି ଦିବସ । ଲକ୍ଡାଉନ୍ ଫଳରେ ଗୋଟିଏ ସ୍ଥାନରେ 7 ଜଣରୁ ଅଧିକ ନରହିବାକୁ ନିର୍ଦ୍ଦେଶ । ସେପଟେ ଟ୍ବିଟ୍ କରି ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ।
09:36 April 01
ରାଜ୍ୟରେ ଚତୁର୍ଥ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଚତୁର୍ଥ କୋରୋନା ଆକ୍ରାନ୍ତ ଚିହ୍ନଟ । 29 ବର୍ଷୀୟ ଯୁବକ ଜଣଙ୍କ ଭଦ୍ରକର ହୋଇଥିବା ସୂଚନା । ନିକଟରେ ଦୁବାଇରୁ ଫରିଥିଲେ ସେ ।