ଓଡିଶା

odisha

By

Published : Nov 23, 2020, 12:02 PM IST

ETV Bharat / city

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଗତ 24 ଘଣ୍ଟାରେ 17 ମୃତ

ରାଜ୍ୟରେ କମିବାର ନାଁ ନେଉନି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ଆଜି(ସୋମବାର) ପୁଣି 17 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କମୁନି  ମୃତ୍ୟୁ ସଂଖ୍ୟା
କମୁନି ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ଆଜି(ସୋମବାର) ପୁଣି 17 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀରରେ 36 ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡରେ 60 ବର୍ଷିୟ ଓ 53 ବର୍ଷିୟ ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ଏହାସହ ଭୁବନେଶ୍ବରେ 84 ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ 34 ବର୍ଷିୟ ଆଉ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହାସହ ଭୁବନେଶ୍ବରରେ 65 ବର୍ଷିୟ ବୃଦ୍ଧ ଓ 55 ବର୍ଷିୟ ମହିଳାଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଝାରସୁଗୁଡାରେ 56 ବର୍ଷିୟ ବ୍ୟକ୍ତି, 73 ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡାରେ 70 ବର୍ଷିୟ ବୃଦ୍ଧ ଓ ସମ୍ବଲପୁରରେ 52 ବର୍ଷିୟ ବ୍ୟକ୍ତି, 72 ବର୍ଷିୟ ବୃଦ୍ଧ, 56 ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଏହାସହ ସୁନ୍ଦରଗଡରେ 84 ବର୍ଷିୟ ବୃଦ୍ଧ, 53 ବର୍ଷିୟ ବ୍ୟକ୍ତି, 50 ବର୍ଷିୟ ମହିଳା, 70 ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ 1657ଜଣଙ୍କ କୋରୋନାରେ ମୃତ୍ୟୁ ହେଲାଣି । ଏହାସହ 905 ଜଣ କୋରୋନାରେ ସୁସ୍ଥ ହୋଇଥିବା ବେଳେ ଏବେ ବି ରାଜ୍ୟରେ 7106 ଆକ୍ଟିଭ୍ କେସ୍ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details