ଭୁବନେଶ୍ବର: ଦେଶରେ କୋରୋନା ଭୟାବହତା ମଧ୍ୟରେ ଏବେ ଓଡିଶାରେ ଧିରେଧିରେ ଭାଙ୍ଗୁଛି ସଂକ୍ରମଣର ଚେନ । ହେଲେ ଚଳିତ ମାସ ପର୍ଯ୍ୟନ୍ତ ପିକ୍ରେ ରହିବ ସ୍ଥିତି । ଲକଡାଉନ ଏବଂ ସଟଡାଉନ ପାଇଁ ସଂକ୍ରମଣର ଚେନ ଧିରେଧିରେ ଭାଙ୍ଗୁଥିବା ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଲକଡାଉନ-ସଟଡାଉନ ପାଇଁ ଭାଙ୍ଗୁଛି କୋରୋନା ଚେନ୍ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଲକଡାଉନ ଏବଂ ସଟଡାଉନ ପାଇଁ ଧିରେଧିରେ ଭାଙ୍ଗୁଛି କୋରୋନା ଚେନ୍ । ହେଲେ ଚଳିତ ମାସ ପର୍ଯ୍ୟନ୍ତ ପିକରେ ରହିବ ସ୍ଥିତି । ମେ 15 ମଧ୍ୟରେ କୋରୋନା ପିକକୁ ଯିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି ।
ଶୁକ୍ରବାର ୧୨ ହଜାରରୁ ଅଧିକ ଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ଏବେ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ଲକଡାଉନ କିମ୍ବା ସଟଡାଉନ ପରେ ଯଦି ଲୋକମାନେ ଏହିଭଳି ନିୟମ ମାନିବେ ତେବେ ଆମେ ଚେନ ଭାଙ୍ଗିପାରିବା । ଗାଁ ଏବଂ କିଛି ଛୋଟ ଛୋଟ ସହରରେ ସଂକ୍ରମଣ ବଢିଥିବାରୁ ସେଠାରେ ସଂକ୍ରମଣ କମିବାକୁ ସମୟ ଲାଗିବ ।
ମଝିରେ ଲାଗୁଥିଲା ଆମ ରାଜ୍ୟର ସଂକ୍ରମଣ ୧୫ ହଜାର ଅତିକ୍ରମ କରିବ । ହେଲେ ସରକାରଙ୍କ ପଦକ୍ଷେପ ଏବଂ ଲୋକମାନେ ସ୍ଥିତି ଦେଖି ଡରିଲେଣି । ଜୁନ ଶେଷଆଡକୁ ୫ ହଜାର ତଳକୁ ସଂକ୍ରମଣ ଖସିଆସିବ । ସାରା ବିଶ୍ବରେ ସଂକ୍ରମଣ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲା। ଭାରତରେ ପାଖାପାଖି ୧୪ ମାସରୁ ଅଧିକ ରହିଲାଣି । ଆହୁରି ୮ରୁ ୧୦ ମାସ ରହିବ ।
ଆଗୁଆ ପଦକ୍ଷେପ ନେଲେ ତୃତୀୟ ଲହରୀକୁ ମଧ୍ୟ ମାତ ଦେଇହେବ । ଏବେ ଫ୍ରାନ୍ସ ଜର୍ମାନୀ, ୟୁରୋପର କିଛି ଦେଶରେ ତୃତୀୟ ଲହରୀ ସଂକ୍ରମଣ ଆସିଛି । ସରକାର ଏକା ନୁହନ୍ତି ଲୋକମାନେ ସହଯୋଗ କଲେ ଏହି ଚେନ ସଂପୂର୍ଣ୍ଣ ଭାଙ୍ଗିବ । ପରିସ୍ଥିତି ଯେତେ ଭଲ ହେଲେ ମଧ୍ୟ କୋରୋନା ନିୟମ ମାନି ଚଳିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ