ଭୁବନେଶ୍ବର: ରାଜ୍ୟ ସରକାରଙ୍କର ନିୟମ ପରେ ବି ଗଡିଲାନି ବସ। ବିଭିନ୍ନ ଦାବିରେ ଅଟଳ ରହିଛନ୍ତି ଘରୋଇ ବସ ମାଲିକ ସଂଘ। ଦାବି ପୂରଣ ନକଲେ ରାସ୍ତାରେ ବସ ଗଡ଼ିବ ନାହିଁ ବୋଲି ନିଷ୍ପତି ନେଇଛି ସଂଘ। ଭୁବନେଶ୍ବର ଆଞ୍ଚଳିକ ବସ ମାଲିକ ସଂଘର ନିଷ୍ପତି। ବିଭିନ୍ନ ଦାବିକୁ ନେଇ ବସ ମାଲିକ ସହିତ ସରକାର ଆଲୋଚନା କରନ୍ତୁ। ସେପଟେ ବସ କର୍ମଚାରୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ବସ ମାଲିକ ସଂଘ।
ବସ ମାଲିକଙ୍କ ସୂଚନା ମୁତାବକ ସେମାନଙ୍କ ପକ୍ଷେ ବର୍ତ୍ତମାନ ବସ ଚଳାଇବା ସମ୍ଭବପର ନୁହେଁ। ବସରେ କାର୍ଯ୍ୟକରୁଥିବା କର୍ମଚାରୀ ମାନେ ନିଜ ନିଜର ଗାଁକୁ ପଳାଇଛନ୍ତି। ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ତେଣୁ ସେମାନେ ଏବେ ଅଳ୍ପ ଟଙ୍କାରେ କାମ କରି ପାରିବେ ନାହିଁ। ଅନ୍ୟପଟେ ଦୀର୍ଘ ଦିନ ଧରି ବସ ଷ୍ଟାଣ୍ଡରେ ପଡିରହିଥିବା ବେଳେ ବସ ଗୁଡିକର କାମ କରିବାକୁ ଆବଶ୍ୟକତା ପଡୁଛି। ଯାହା ମାଲିକଙ୍କ ପାଖରେ ତାହା ଏବେ ସମ୍ଭବପର ନୁହଁ।