ଭୁବନେଶ୍ବର:ରାଜ୍ୟ ସରକାର ହେଉଛନ୍ତି କପି-ପେଷ୍ଟ ସରକାର । ରାଜ୍ୟରେ ଥିବା BJD ସରକାର ସବୁବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ କପି କରନ୍ତି। କେନ୍ଦ୍ର ସରକାର ଯେଉଁ ଯୋଜନା ପ୍ରସ୍ତୁତ କରନ୍ତି ସେଥିରେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ ସେଥିପାଇଁ ରାଜ୍ୟ ସରକାର ମଧ୍ୟ ନିଜେ ଗୋଟିଏ ଅନୂରୁପ ଯୋଜନା ପ୍ରଣୟନ କରନ୍ତି । କିନ୍ତୁ କୌଣସି ଯୋଜନାକୁ ସଠିକ ଭାବରେ ଚଳାଇ ନ ପାରିି ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି । ଆର୍ଶୀବାଦ ଯୋଜନା ହେଉଛି ତାହାର ଉଦାହରଣ । ଏପରି ଭାବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଗୋଲକ କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ହିତରେ ନୁହେଁ । ପ୍ରକୃତ କଥା ହେଉଛି ରାଜ୍ୟ ସରକାର କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଇଛନ୍ତି । ପ୍ରଥମ ଲହରରେ ରାଜ୍ୟରେ କୋଭିଡରେ 20 ହଜାର ଲୋକ ପ୍ରାଣ ହରାଇଥିବାବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ମାତ୍ର 1800 ଦେଖେଇଛନ୍ତି ରାଜ୍ୟ ସରକାର ।