ଭୁବନେଶ୍ବର: ରାଜ୍ୟରେ କେତେ ଚାଷୀ ଋଣ ନେଇଛନ୍ତି ? କେତେ ଚାଷୀ ଋଣ ପରିଶୋଦ କରିନାହାଁନ୍ତି ? ଏଥିରୁ ନାମ ମାତ୍ର ଚାଷୀ କେତେ? କ୍ଷୁଦ୍ର ଚାଷୀ କେତେ? ବିଧାନସଭାରେ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଏହା ପଚାରିଛନ୍ତି ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ (Rengali MLA Nauri Naik) ।
ଜବାବରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି 2021 ମାର୍ଚ୍ଚ ସୁଦ୍ଧା ରାଜ୍ୟର ୬ ଲକ୍ଷ ୭୮ ହଜାର ୪୩୦ ଚାଷୀ ଏବେ ବି ଋଣ ପରିଶୋଧ କରି ପାରିନାହାଁନ୍ତି ।