ଭୁବନେଶ୍ବର: ବାତ୍ୟା ପରେ ଏବେ ଦାଉ ସାଧୁଛି ଝାଞ୍ଜି ଖରା । ରାଜଧାନୀରେ ବଢୁଛି ତାପମାତ୍ରା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଜନତା । ତେବେ ଟ୍ବିନ ସିଟିରେ ଉତ୍ତପ୍ତ ଖରାରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀଙ୍କ ପାଇଁ ଅତ୍ୟଧିକ ତାତିରୁ ରକ୍ଷା ପାଇବା ପାଇଁ କୁଲିଂ ଜ୍ୟାକେଟ ବ୍ୟବସ୍ଥା କରିଥିଲା କମିଶନରେଟ ପୋଲିସ । କଟକ ଓ ଭୁବନେଶ୍ବର ଟ୍ରାଫିକ କର୍ମଚାରୀଙ୍କୁ ବଣ୍ଟନ ମଧ୍ୟ କରାଯାଇଥିଲା । କିନ୍ତୁ ଯେଉଁ କୁଲିଂ ଜ୍ୟାକେଟ ଦିଆଯାଇଛି ସେଗୁଡିକ ବହୁତ ନିମ୍ନ ମାନର, ସେହି ଜ୍ୟାକେଟ ଓଦା କଲେ ସେଥିରୁ ବାହାରିଥିବା ରଙ୍ଗରେ ପୋଷାକ ଖରାପ୍ ହେଉଥିବା ଟ୍ରାଫିକ କର୍ମଚାରୀ ଅଭିଯୋଗ କରିଛନ୍ତି ।
ତେଣୁ କମିଶନରେଟ ପୋଲିସ ଏହା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଉନ୍ନତ ମାନର କୁଲିଂ ଜ୍ୟାକେଟ ଅଣାଯିବ। ତା ଛଡା ତାପମାତ୍ରାରେ ବୃଦ୍ଧି ଘଟିଲେ ଟ୍ରାଫିକ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟ କମିବ । ଯାହା ଦ୍ଵାରା କୌଣସି କର୍ମଚାରୀ ଅଂଶୁଘାତର ଶିକାର ହେବେ ନାହିଁ ।