ଭୁବନେଶ୍ବର: କୋରୋନା ଭୟରେ ଥାନାକୁ ନିଷେଧ । ସଂକ୍ରମଣ ଦୃଷ୍ଟିରୁ ଘରୁ ନିଆଯାଉଛି FIR । ଅଭିଯୁକ୍ତଙ୍କୁ ଗିରଫ କରିବା ଉପରେ ଲାଗିଛି ରୋକ । ଅର୍ଥାତ ବଡ଼ ଧର୍ତବ୍ୟ ଅପରାଧ ନଥିଲେ ଅଭିଯୁକ୍ତକୁ ଛୁଁ ନାହାନ୍ତି ପୋଲିସ କର୍ମଚାରୀ । ଛୋଟ ଛୋଟ ମାମଲା ଥିଲେ ଥାନାରୁ ନୋଟିସ କରି ଛାଡିଦେଉଛନ୍ତି। ବଡ଼ ବଡ଼ ମାମଲା ଥିଲେ ଗିରଫ କରି ପୋଲିସ କଷ୍ଟଡିକୁ ଆଣୁଛନ୍ତି । ପ୍ରଥମେ କୋଭିଡ଼ ଟେଷ୍ଟ ପରେ ଥାନାରେ କରାଉଛନ୍ତି ଏଣ୍ଟ୍ରି । ରିପୋର୍ଟ ନେଗେଟିଭ ଥିଲେ ଥାନା ହାଜତ । ପଜେଟିଭ ଥିଲେ କୋଭିଡ଼ ସେଣ୍ଟରକୁ ପଠାଯାଉଛି।
କୋରୋନା ଦିତିୟ ଲହରକୁ ଦୃଷ୍ଟିରେ ରଖି ଏଭଳି ସତର୍କତା ପଦକ୍ଷେପ ନେଇଛି କମିସନରେଟ ପୋଲିସ । ଜରୁରି ନଥିଲେ ଅଯଥା ମାମଲାରେ ହାତ ମାରୁନାହାନ୍ତି ପୋଲିସ କର୍ମଚାରୀ । କାରଣ ଏଭଳି ସ୍ଥିତିରେ କମ ମାନବ ସମ୍ବଳରେ ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ବଡ଼ ଗୁରୁତ୍ବପୂର୍ଣ୍ଣ । ପୁର୍ବାପେକ୍ଷା କୋଭିଡ଼ ଭୟରେ ଥାନା ସ୍ତରରେ ଆତଯାତ ମଧ୍ୟ ବେଶ କମିଛି । କାଁ ଭାଁ ରିପୋର୍ଟ ଆସୁଛି । ଏଣୁ କଣ୍ଟାକ୍ଟଲେସ ଇନଭେଷ୍ଟିଗେସନ ଉପରେ ଅଧିକ ଫୋକସ ଦିଆଯାଉଛି । ଷ୍ଟ୍ରିଟ କ୍ରାଇମ ଓ ଅମାନିଆଙ୍କୁ ସାବାଡ଼ ଗୁରୁତ୍ବପୁର୍ଣ୍ଣ ହୋଇଛି।