ଓଡିଶା

odisha

ETV Bharat / city

ସମବାୟ ବିଭାଗରେ ନିଯୁକ୍ତି ପାଇଲେ 52 ଅଡିଟର

ସମବାୟ ବିଭାଗକୁ ସରଳୀକରଣ ଓ ସ୍ବଛ କରିବାକୁ ଆଜି ସରକାରଙ୍କ ବଡ ପଦକ୍ଷେପ । ନିଯୁକ୍ତି ଦେଲେ 52ଜଣ ଅଡିଟରଙ୍କୁ ।

By

Published : Sep 10, 2019, 9:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦୁର୍ନିତୀର ଗନ୍ତାଘର ଭାବେ ଅପବାଦ ମୁଣ୍ଡାଇଥିବା ସମବାୟ ବିଭାଗରେ ଏବେ ସ୍ବଛତା ଆସିବ । ଆଜି ସରକାର ସମବାୟ ବିଭାଗରେ 52ଜଣ ନୂତନ ଅଡିଟରଙ୍କୁ ନିଯୁକ୍ତି ଦେଇଛନ୍ତି । ଆଜି ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ନୂତନ ଅଡିଟରଙ୍କୁ ନିଯୁକ୍ତି ପତ୍ର ଦେଇ 5‘ଟି’ ମନ୍ତ୍ର ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନବ ନିଯୁକ୍ତ ଅଡିଟର ମାନଙ୍କୁ ସରକାରଙ୍କ 5‘ଟି’ ଉପରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ । ଚାଷୀଙ୍କ ପାଇଁ ସମାନୁବର୍ତ୍ତୀତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଚେତାଇ ଦେଇ କହିଛନ୍ତି ସମବାୟ ବିଭାଗ ପାଖରେ ଅନେକ ଚ୍ୟାଲେଞ୍ଚ ଅଛି । ତେଣୁ କଠିନ ପରିଶ୍ରମ କରି ସମବାୟ ବିଭାଗର ବିଭିନ୍ନ ସମସ୍ୟାକୁ ଦୂର କରି ଲୋକାଭିମୁଖୀ ଏବଂ ଚାଷୀଅଭିମୁଖୀ କରିବାକୁ କହିଛନ୍ତି ।


ଦୀର୍ଘ ବର୍ଷ ହେଲା ବିଭାଗରେ ଆବଶ୍ୟକ ଅଡିଟର ନଥିବାରୁ କୌଣସି ଆୟବ୍ୟୟର ହିସାବ ରହୁନଥିଲା । ରାଜ୍ୟରେ ମୋଟ 350 ଜଣ ଅଡିଟର ରହିବା କଥା, କିନ୍ତୁ 175 ଜଣ ଅଡିଟର କାର୍ଯ୍ୟ କରୁଛନ୍ତି । ଯଦ୍ବାରା ରାଜ୍ୟରେ ଥିବା 3 ହଜାର ପଞ୍ଚାୟତ ଓ 6ହଜାର ସମବାୟ ସମିତି ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ଆଗାମୀ ବଜେଟରେ ଅଧିକ ଅଡିଟର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।


ସୂଚନାଥାଉ କି 2014 ମସିହାରେ ସମବାୟ ବିଭାଗରେ ଅଡିଟର ପଦପାଇଁ ପରୀକ୍ଷା ହୋଇଥିଲା। ଦୀର୍ଘବର୍ଷ ପରେ ନୂତନ ଅଡିଟରମାନଙ୍କୁ ନିଯୁକ୍ତି ପତ୍ର ଆଜି ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details