ଭୁବନେଶ୍ବର: ମଙ୍ଗଳବାର ଭାରତର ସମ୍ବିଧାନକୁ ୭୦ବର୍ଷ ପୁରିଛି । ସଂସଦରେ ସମ୍ବିଧାନ ଦିବସ ପାଳନ କରାଯାଉଥିବା ବେଳେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଶର ସବୁ ବିଧାନସଭାରେ ଏହି ଦିବସଟିକୁ ପାଳନ କରିବାକୁ ଚିଠି ଲେଖିଛନ୍ତି ।
ତେଣୁ ଓଡ଼ିଶା ବିଧାନସଭାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୂନ୍ୟକାଳରେ ପ୍ରସ୍ତାବ ଆଣିଥିଲେ । ବାଚସ୍ପତି ଏ ନେଇ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ।