ଓଡିଶା

odisha

By

Published : Jun 9, 2021, 10:08 PM IST

ETV Bharat / city

କେନ୍ଦ୍ର-ରାଜ୍ୟ ସରକାର ଅବକାରୀ ଶୁଳ୍କ ଓ ଭ୍ୟାଟ କମାନ୍ତୁ: ନିରଞ୍ଜନ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ଆସନ୍ତା ୧୧ ତାରିଖରେ ଆନ୍ଦୋଳନକୁ ଓହ୍ଲେଇବ କଂଗ୍ରେସ । ଅଧିକ ପଢନ୍ତୁ...

କେନ୍ଦ୍ର ଓ ରାଜ୍ୟ ସରକାର ଏକ୍ସସାଇଜି ଡ୍ୟୁଟି ଓ ଭ୍ୟାଟ କମାନ୍ତୁ: ନିରଞ୍ଜନ
କେନ୍ଦ୍ର ଓ ରାଜ୍ୟ ସରକାର ଏକ୍ସସାଇଜି ଡ୍ୟୁଟି ଓ ଭ୍ୟାଟ କମାନ୍ତୁ: ନିରଞ୍ଜନ

ଭୁବନେଶ୍ବର:ବର୍ତ୍ତମାନ ସାଧାରଣ ଲୋକଟିଏ ଜୀବିକା ହରାଇ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ, ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧି କରିଚାଲିଛନ୍ତି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ, ଡିଜେଲ ଲିଟର ପିଛା ୧୦୦ ଟଙ୍କାରୁ ଊର୍ଦ୍ଧ୍ବ ହେଲାଣି । ଯାହାଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଛି। ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏହା ବର୍ତ୍ତମାନ ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାର ଏକ୍ସସାଇଜି ଡ୍ୟୁଟି ଓ ଭ୍ୟାଟ କମାନ୍ତୁ: ନିରଞ୍ଜନ

ଗରିବ ଜନସାଧାରଣଙ୍କ ସହ କଂଗ୍ରେସ ଦଳ ସଦାସର୍ବଦା ରହିଛି, ଆଗକୁ ମଧ୍ୟ ରହିବ। ସେଥିପାଇଁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ଆସନ୍ତା ୧୧ ତାରିଖରେ ଆନ୍ଦୋଳନକୁ ଓହ୍ଲେଇବ କଂଗ୍ରେସ । ଦିନ ସକାଳ ୭ ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ଧାରଣା ସହ ବିକ୍ଷୋଭ କରିବ ବୋଲି ପିସିସି ନିଷ୍ପତ୍ତି ଗ୍ରହଣ କରିଛି ।

ଏହି ପରିପେକ୍ଷିରେ ସରକାରଙ୍କ ସମସ୍ତ କୋରୋନା ନୀତିନିୟମ ମାନି ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପଦର୍ଶନ କରିବାକୁ ସମସ୍ତ ଜିଲ୍ଲା, ସମସ୍ତ ବ୍ଲକ ଓ ନଗର କଂଗ୍ରେସ କମିଟିର ନେତୃବୃନ୍ଦଙ୍କୁ ନିରଞ୍ଜନ ନିବେଦନ କରିଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଛନ୍ତି ନିରଞ୍ଜନ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯଦି ପ୍ରକୃତରେ ଜନସାଧାରଣଙ୍କ ପ୍ରତି ଆନ୍ତରିକତା ଓ ଦରଦ ଅଛି ତେବେ ଅବକାରୀ ଶୁଳ୍କ ଓ ଭ୍ୟାଟ କମେଇ ଲୋକଙ୍କୁ କମ ଦରରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଯୋଗାନ୍ତୁ ବୋଲି ନିରଞ୍ଜନ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details