ଭୁବନେଶ୍ବର: ମୋଦି ପାର୍ଟ-2 ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ପରେ ଓଡିଶାର ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ବିଭାଗ ଦିଆଯାଇଛି। ତେବେ ଏଭଳି ସମୟରେ ଓଡ଼ିଶାର ଜଣେ ଆଦିବାସୀ ମନ୍ତ୍ରୀ ହେବା ଆନନ୍ଦର କଥା ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି।
ଆଦିବାସୀଙ୍କ ସାମୟିକ ବିକାଶ ଆବଶ୍ୟକ: ପ୍ରଦୀପ ମାଝୀ - pradip majhi
ମୋଦି ପାର୍ଟ-2 ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ପରେ ଓଡିଶାର ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ବିଭାଗ ଦିଆଯାଇଛି। ଏଭଳି ସମୟରେ ଓଡ଼ିଶାର ଜଣେ ଆଦିବାସୀ ମନ୍ତ୍ରୀ ହେବା ଆନନ୍ଦର କଥା ବୋଲି ପ୍ରଦୀପ ମାଝୀ କହିଛନ୍ତି। ଅଧିକ ପଢନ୍ତୁ...
ଆଦିବାସୀଙ୍କ ସାମୟିକ ବିକାଶ ଆବଶ୍ୟକ: ପ୍ରଦୀପ ମାଝୀ
ତେବେ ଓଡ଼ିଶାରେ ଏବେ ଅନେକ ଆଦିବାସୀ ଅଛନ୍ତି ଯେଉଁମାନେ ନିଜର ମାନ୍ୟତା ପାଇଁ ଲଢ଼ୁଛନ୍ତି । ଆଦିବାସୀଙ୍କ ସାମୟିକ ଉନ୍ନତି ଉପରେ କେନ୍ଦ୍ରମନ୍ତ୍ରୀ ବିଶେଷ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି। ଆଦିବାସୀଙ୍କୁ ଚାଷୀ ଋଣ ଛଡା ଆଉ କିଛି ମିଳୁନାହିଁ। ତେଣୁ, ସେମାନଙ୍କ ବିକାଶ ପାଇଁ ବିଭିନ୍ନ କିସମର ଋଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ମୌଳିକ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ କିଛି ନୂତନ ଖସଡ଼ା ପ୍ରସ୍ତତ କରିବେ ବୋଲି ସେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ