ଓଡିଶା

odisha

ETV Bharat / city

‘ଯୋଜନା ନାଁରେ ଧୂଆଁବାଣ’ - କଂଗ୍ରେସ ମୁଖପାତ୍ର

ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ । କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ମୋ ପରିବାର, ମୋ ସରକାର, ପିଠା, ମୋ ବସ ଭଳି ଯୋଜନା କରିଛନ୍ତି କିନ୍ତୁ ତାହା ଲୋକଙ୍କ ପାଇଁ ନୁହେଁ ବୋଲି କଂଗ୍ରେସ ଟାର୍ଗେଟ କରିଛି । ଅଧିକ ପଢନ୍ତୁ...

ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ କଂଗ୍ରେସର ଟାର୍ଗେଟ
ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ କଂଗ୍ରେସର ଟାର୍ଗେଟ

By

Published : Oct 26, 2021, 6:33 AM IST

ଭୁବନେଶ୍ବର:ଲୋକଙ୍କୁ ଭେଳିକି ଦେଖାଉଛି ରାଜ୍ୟ ସରକାର। ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ଲୋକଙ୍କୁ କେବଳ ଭୁଆଁ ବୁଲାଉଛନ୍ତି । ମୋ ପରିବାର, ମୋ ସରକାର, ପିଠା ଭଳି ଯୋଜନାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ।

ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ କଂଗ୍ରେସର ଟାର୍ଗେଟ

ରାଜ୍ୟରେ ନବୀନ ସରକାର ଦୀର୍ଘ ୨୧ ବର୍ଷ ହେଲା ଶାସନ ଗାଦିରେ ବସିଛନ୍ତି । ରାଜ୍ୟରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ଯୋଜନା ପରେ ଯୋଜନା କେବଳ ଲୋକଙ୍କୁ ଚକମା ଦେବା ପାଇଁ ଏବଂ ଭୋଟ ହାତେଇବା ପାଇଁ । ରାଜ୍ୟ ସରକାର ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ପାଇଁ ଜନହିତକର ଯୋଜନା କରୁଛନ୍ତି। କୃଷି ହେଉ ବା ସ୍ବାସ୍ଥ୍ୟ,ଶିକ୍ଷା ହେଉ ବା ଶକ୍ତି ,ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର ହେଲେ ବିରୋଧୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବରୁ ସରକାର ଧୂଆଁ ବାଣ କରୁଛନ୍ତି।

ଖାଲି ଯୋଜନା ଉପରେ ଯୋଜନା ମାନ କରୁଛନ୍ତି ହେଲେ ତାହା ଲୋକଙ୍କ କାମରେ କେମିତି ଲାଗୁଛି ତାହା ସମସ୍ତେ ଜାଣିଛନ୍ତି ବୋଲି କଂଗ୍ରେସ କହିଛି। ନବୀନ ବାବୁ ମାଳ ମାଳ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଭଲ କାମ କଲେ କଂଗ୍ରେସ ଭଲ କହିବ । କିନ୍ତୁ ପଞ୍ଚାଗତ ନିର୍ବାଚନକୁ ଲକ୍ଷରେ ରଖି ସରକାର ଏଭଳି କରୁଛନ୍ତି ଯାହାର କୌଣସି ବାସ୍ତବତା ନାହିଁ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details