ଓଡିଶା

odisha

ETV Bharat / city

ଟୀକାକରଣ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

ଟୀକାକାରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ । ଆଉ 5 ମାସ ଭିତରେ 171 କୋଟି ଡୋଜ କେମିତି ଦେବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ? ଅଧିକ ପଢନ୍ତୁ...

By

Published : Jul 28, 2021, 10:05 PM IST

ଟୀକାକରଣ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ
ଟୀକାକରଣ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

ଭୁବନେଶ୍ବର: ଟୀକାକାରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ । ଡିସେମ୍ବର ସୁଦ୍ଧା 18ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ଦେବେ ବୋଲି କହିଥିଲେ କେନ୍ଦ୍ର ସରକାର ହେଲେ, ଜୁଲାଇ 23ରେ ସଂସଦରେ ବିଭାଗୀୟ ମନ୍ତ୍ରୀ କହିଲେ, ଟିକା ନେବା ପାଇଁ 18 ବର୍ଷରୁ ଊର୍ଦ୍ଧ୍ବ ଅଛନ୍ତି 108 କୋଟି । ସେଥିପାଇଁ 216 କୋଟି ଡୋଜ ଆବଶ୍ୟକ । ଜୁଲାଇ ମାସ ସୁଦ୍ଧା ମାତ୍ର 45 କୋଟି ଟିକା ଦିଆଯାଇଛି । ସେଥି ମଧ୍ୟରୁ 36 କୋଟି ସିଙ୍ଗଲ, ଡୋଜ 9 କୋଟି ଡବଲ ଡୋଜ । ତେଣୁ, ଆଉ 5 ମାସ ଭିତରେ 171 କୋଟି ଡୋଜ କେମିତି ଦେବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ?

ଟୀକାକରଣ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ
କଂଗ୍ରେସର 4ଟି ଦାବି ହେଉଛି...1. କୋଭିଡରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ପାଇଁ ଖସଡ଼ା ପ୍ରସ୍ତୁତ କରି ସେମାନଙ୍କୁ କେତେ ସହାୟତା ଦେବ ସ୍ପଷ୍ଟ କରନ୍ତୁ ?2. ଭ୍ୟାକ୍ସିନେସନ ତୁରନ୍ତ କରାଯାଉ ।3. 35ହଜାର କୋଟି ଟଙ୍କା ଯାହା କୋଭିଡ ପାଇଁ ଘୋଷଣା କରାଯାଇଥିଲା ସେ ପଇସାକୁ କେଉଁଠି ଓ କେଉଁ ବାଟରେ ଖର୍ଚ୍ଚ କରାଯାଇଛି ତାର ସ୍ପଷ୍ଟତା ଦିଅନ୍ତୁ?4.ଟିକା ଅବଣ୍ଟନ ନୀତିକୁ ସଂଶୋଧନ କରାଯାଉ ।

ଘରୋଇ ମେଡିକାଲ ପାଇଁ ଯେଉଁ କୋଟା ଅଛି, ସେହି ମାତ୍ରାରେ ଡୋଜ ଉଠାଉ ନାହାନ୍ତି, ଯାହା ଫଳରେ ଟୀକାକାରଣରେ ଅସୁବିଧା ଦେଖା ଯାଉଛି । ଯଦି ସେମାନେ କୋଟା ମୁତାବକ ଟିକା ଥାନ୍ତା, ତେବେ ଟୀକାକାରଣ ସୁରୁଖୁରୁରେ ହୋଇପାରନ୍ତା । ତେଣୁ, ରାଜ୍ୟ ସରକାର ଚିଠି ଲେଖିବା ଛଡା ଆଉ କିଛି ସମାଧାନର ବାଟ ବାହାର କରନ୍ତୁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details