ଭୁବନେଶ୍ବର :ହୁ ହୁ ହେଇ ବଢ଼ିଚାଲିଛି ରନ୍ଧନ ଗ୍ୟାସ ଦର । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଖାଉଟିଙ୍କ ଉପରେ । ରାଜ୍ୟରେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଭୁବନେଶ୍ୱର ମହିଳା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହାସହ କେନ୍ଦ୍ର ସରକାରଙ୍କ ବିରୋଧରେ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ କରିଛି ମହିଳା କଂଗ୍ରେସ ।
ସୂଚନାନୁସାରେ, କିଛିଦିନ ତଳେ ରନ୍ଧନ ଗ୍ୟାସର ଦର ୧୦୨୬ ଥିବା ବେଳ ଏବେ ୧୦୭୬ରେ ପହଞ୍ଚିଲାଣି । ଫଳରେ ଜଣେ ସାଧାରଣ ଖାଉଟି ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟେ ପଟେ ଗତ ୨ବର୍ଷ ଧରି ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ ସ୍ଥିତି ଦୋହଲି ପଡ଼ିଛି । ଏଥିପାଇଁ ଜଣେ ସାଧାରଣ ଲୋକଙ୍କୁ ଚଳିବା କଷ୍ଟକର ହୋଇ ପଡ଼ିଛି । ଏହି ସମୟରେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି ।