ଭୁବନେଶ୍ବର:ଆତଙ୍କବାଦୀ ସଂଗଠନ ସହ ବିଜେପିର ରହିଛି ଲିଙ୍କ ! ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ଏଆଇସିସିର ମୁଖପାତ୍ର ଅନୁମା ଆଚାର୍ଯ୍ୟ । ସେ କହିଛନ୍ତି ଉଦୟପୁରରେ କହେଁୟା ଲାଲଙ୍କ ଭୟଙ୍କର ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ମହମ୍ମଦ ରିୟାଜ ଅଟାରୀ ନାମକ ଅଭିଯୁକ୍ତ ଜଣେ ବିଜେପି କର୍ମୀ । ସେହିଭଳି ନିକଟରେ ସ୍ଥାନୀୟ ଲୋକ କାବୁ କରିଥିବା ଲସ୍କର-ଏ- ତୋଏବା ଆତଙ୍କବାଦୀ ତାଲିବ ହୁସେନ ଶାହା ଜମ୍ମୁ କାଶ୍ମୀରରେ ବିଜେପି କାର୍ଯ୍ୟାଳୟର ଅଧିକାରୀ ବୋଲି ଜଣାପଡିଛି । ଶାହ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କ ସହ ଫଟୋରେ ନଜର ଆସିଥିଲେ ।
ଗିରଫ ହେବା ପରେ ସେ ଅମରନାଥ ଯାତ୍ରା ଉପରେ ଆକ୍ରମଣ ଯୋଜନା ମଧ୍ୟ କରିଥିଲେ । ଗଣମାଧ୍ୟମ ଏହା ମଧ୍ୟ ଜଣାଇଛି ଯେ ଅମରାବତୀରେ ଜଣେ ଔଷଧ ଦୋକାନୀ ଉମେଶ କୋଲହେଙ୍କ ହତ୍ୟାକୁ ମାଷ୍ଟରମାଇଣ୍ଡ କରିଥିବା ଅଭିଯୁକ୍ତ ଇରଫାନ ଖାନଙ୍କ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି । ସେହିଭଳି ପୂର୍ବତନ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ତାରିକ ଅହମ୍ମଦ ମୀରଙ୍କୁ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନବୀନ ବାବୁଙ୍କ ପାଇଁ ଅସ୍ତ୍ରଶସ୍ତ୍ର କ୍ରୟ କରି ସମ୍ପର୍କରେ 2020 ରେ ଗିରଫ କରାଯାଇଥିଲା ।