ଭୁବନେଶ୍ବର: ଦରଦାମ ବୃଦ୍ଧି ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ବର ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲିରେ ବାହାରି ଖଣ୍ଡଗିରି ଛକରୁ ବାହାରି ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ଏକ ବାଇକକୁ ପୋଡାଜଳା କରିଥିଲେ । କେନ୍ଦ୍ର ସରକାରଙ୍କ ମନୋମୁଖୀ ରେଟ ବୃଦ୍ଧି ଚଳିବ ନାହିଁ, ଏହାକୁ ତୀବ୍ର ବିରୋଧ କରାଯିବ ।
ଏପରିକି ଆଗକୁ ଦରଦାମ ନ କମିଲେ ବିଜେପି ନେତା ମନ୍ତ୍ରୀଙ୍କୁ ରାଜ୍ୟରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ତୈଳଦର ଆସି 100 ଟଙ୍କା ଟପିଲାଣି, ଗାଡି ଆଉ ଚଳାଇପାରିବୁନି, ଗାଡିକୁ ମ଼ୃତଦେହ ଭାବି ନିଆଁ ଲଗାଇ ଜାଳି ଦେବାକୁ ଧମକ ଦେଇଛନ୍ତି ।