ଭୁବନେଶ୍ବର: କୋରୋନା ଓ ତତଜନିତ ଲକଡାଉନ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦରଦାମ ବୃଦ୍ଧି ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସୃଦଶ । ତୈଳ ଦର, ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁ ଲୋକେ ଦୁଃଖରେ ଅଛନ୍ତି । ଏହାର ତୀବ୍ର ପ୍ରତିବାଦ କରି ଲୋକଙ୍କ ପାଖକୁ କଂଗ୍ରେସ ଯିବ ବୋଲି ସୋମବାର ଆହ୍ବାନ ଦେଇଛନ୍ତି ପିସିସି ସଭାପତି।
ଆସନ୍ତା 7 ରୁ 17 ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । 7 ତାରିଖରେ ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ପ୍ରତିବାଦ କରିବ କରିବ କଂଗ୍ରେସ । 9 ତାରିଖରେ ଜିଲ୍ଲା ସ୍ତରରେ, 14 ତାରିଖରେ ଭୁବନେଶ୍ବରରେ 15 ରେ ଜନସାଧାରଣଙ୍କୁ ନିବେଦନ ପେଟ୍ରୋଲ ନ କିଣିବା ପାଇଁ ଅନୁରୋଧ, 17 ତାରିଖ ଦିନ ପ୍ରତି ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ କରାଯିବ ।