ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଯୋଜନା ଅଗ୍ନିପଥକୁ କଂଗ୍ରେସର କଡା ବିରୋଧ । ଏହି ଯୋଜନାକୁ ପ୍ରତ୍ୟାହାର ଦାବି ନେଇ ରାଜରାସ୍ତାରେ ଯୁବ କଂଗ୍ରେସ । ଏହିପରିପ୍ରେକ୍ଷୀରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।
ଅଗ୍ନିପଥକୁ ବିରୋଧ: ବିକ୍ଷୋଭ ସମୟରେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ - ଅଗ୍ନିପଥ ଯୋଜନାକୁ କଂଗ୍ରେସର ବିରୋଧ
ପ୍ରତିରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଯୋଜନା ଅଗ୍ନିପଥକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ
ଅଗ୍ନିପଥକୁ ବିରୋଧ କରି ବିକ୍ଷୋଭ ସମୟରେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ
ଜୟଦେବ ବିହାର ରାଜରାସ୍ତାକୁ ରୋକିବାକୁ ଉଦ୍ୟମ କରୁ ଥିବାବେଳେ 30ରୁ ଊର୍ଦ୍ଧ୍ବ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । କେନ୍ଦ୍ର ସରକାର ରାଷ୍ଟ୍ର ପୁଞ୍ଜି ଯୁବ ଶକ୍ତିକୁ ଠିକା ଶ୍ରମିକ ଭାବେ ବ୍ୟବହାର କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଦେଶର ସୁରକ୍ଷା ସହ ଖେଳ ଖେଳୁଛନ୍ତି କେନ୍ଦ୍ର ସରକାର ଏଥିସହ ଦେଶର ଯୁବକମାନଙ୍କୁ ଠିକା ଶ୍ରମିକ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିବାକୁ ଯାଉଛନ୍ତି ଏହାକୁ ଆମେ କରାଇଦେବୁ ନାହିଁ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ।
ଇଟିଭି ଭାରତ, ଭୁବନେଶ୍ବର