ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ୟୁନିଟ ପିଛା ୨୦ ପଇସା ବୃଦ୍ଧିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ। କୋରୋନା ମହାମାରୀ ସମୟରେ ଯେଉଁ ଭଳି ଭାବରେ ଲୋକମାନେ ଦୁଃଖ ଦୁର୍ଦଶା ମଧ୍ୟରେ ସମୟ କାଟୁଛନ୍ତି ,ହେଲେ ରାଜ୍ୟ ସରକାର ଏଭଳି ସମୟରେ ବିଦ୍ୟୁତ ରେଟ ବୃଦ୍ଧି କରିବା ଏକ ଦୁର୍ଭାଗ୍ୟ ଜନକ ବୋଲି କଂଗ୍ରେସ କହିଛି ।
ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ଗଣେଶ୍ବର ବେହେରା। ଓଇଆରସିଙ୍କ ଏଭଳି ବିଦ୍ୟୁତ ୟୁନିଟ ବୃଦ୍ଧି ନିଷ୍ପତ୍ତିରେ ରାଜ୍ୟ ସରକାର ଙ୍କ ସହମତି ରହିଛି। ୭ ବର୍ଷ ହେଲା ବିଦ୍ୟୁତ ଦେୟ ବଢି ନଥିଲା,ଏବେ ୨୦ ପଇସା ଅକ୍ଟୋବର ପହିଲାରୁ ବୃଦ୍ଧି କରିବାକୁ ଯାଉଛନ୍ତି। ବର୍ଦ୍ଧିତ ବିଦ୍ୟୁତ ଦର ତୁରନ୍ତ ପ୍ରତ୍ୟାହାର କରନ୍ତୁ ସରକାର ନହେଲେ ଆନ୍ଦୋଳନ କୁ ଓହ୍ଲାଇବ କଂଗ୍ରେସ। ବିଦ୍ୟୁତ ଯୋଗାଣ ଦେଶର ନାଗରିକ ମାନଙ୍କର ଏକ ମୌଳିକ ଅଧିକାର।ଏନେଇ ୨୦୦୮ ଜାନୁଆରୀ ରେ ସୁପ୍ରିମକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ବିଦ୍ୟୁତ ଦର ବୃଦ୍ଧି ଏହାର ପରିପନ୍ଥୀ ସରକାର ଉତ୍ତମ ଓ ଶସ୍ତା ଦାମରେ ଯୋଗାଇବା ବଦଳରେ ଦର ବୃଦ୍ଧି କରୁଛନ୍ତି ଯାହାର ପ୍ରଭାବ ୯୦ ପ୍ରତିଶତ ଲୋକଙ୍କ ଉପରେ ପଡିବ।