ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ରୋଷଶାଳା ଚୁଲା ଭଙ୍ଗା ପ୍ରସଙ୍ଗରେ ସାରା ରାଜ୍ୟରେ ଅସନ୍ତୋଷ । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୋଲିସ ଡିଜି ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି । କୋଟି କୋଟି ଭକ୍ତଙ୍କ ଆସ୍ଥା ଆଉ ଭରସା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁଃର୍ପାଶ୍ବରେ ବଡବଡ ଗର୍ତ ଖନନକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।
ରୋଷଶାଳା ଚୁଲା ଭଙ୍ଗା ଘଟଣା, କଂଗ୍ରେସ ଆଣିଲା ସାଙ୍ଘାତିକ ଅଭିଯୋଗ
ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୋଲିସ ଡିଜି ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି। କୋଟି କୋଟି ଭକ୍ତଙ୍କ ଆସ୍ଥା ଆଉ ଭରସା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁଃର୍ପାଶ୍ବରେ ବଡବଡ ଗର୍ତ ଖନନକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଅଧିକ ପଢନ୍ତୁ
ରୋଷଶାଳା ଚୁଲା ଭଙ୍ଗା ଘଟଣା, କଂଗ୍ରେସ ଆଣିଲା ସାଙ୍ଘାତିକ ଅଭିଯୋଗ
ସେ ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା ହେଉଛି ସରକାରୀ ପ୍ରୟୋଜିତ । ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଏହା ଏକ ପ୍ରୟାସ। ବିଧାନସଭାରୁ ଲୋକସଭା ଯାଏଁ ଶାସକ ଦଳ ଖନନକୁ ନେଇ ଅଡୁଆରେ ପଡିଛି। ନିନ୍ଦିତ ହୋଇଛନ୍ତି । ଏହାକୁ ଏଡାଇବାକୁ ଚୁଲି ଭଙ୍ଗାଯାଇଛି । ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଯେଉଁଭଳି ତତ୍ପରତା ଦେଖାଇଲେ ପୂର୍ବରୁ ସୁରକ୍ଷା ନେଇ କାହିଁ ତତ୍ପରତା ଦେଖାଇଲେ ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ